-+91-9937148622 |

prerana_bgr@rediffmail.com |

  Tuesday 24th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟ ଉପାଧି,ଶିକ୍ଷା ଜଗତରେ ଉଲ୍ଲାସ    (24-Mar-2026)       ||      ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||      ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   (24-Mar-2026)       ||      ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   (24-Mar-2026)       ||      *ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   (23-Mar-2026)       ||      ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   (23-Mar-2026)       ||      ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (23-Mar-2026)       ||      ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   (23-Mar-2026)       ||      ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   (23-Mar-2026)       ||      *ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   (23-Mar-2026)       ||      ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   (23-Mar-2026)       ||      ବାଉଁଶୁଣୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୧୩୧ରୁ୨୧ସମାଧାନ)   (23-Mar-2026)       ||      ଝରଣୀପାଲୀ ପଂଚାୟତ ରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ   (23-Mar-2026)       ||      ଚାଞ୍ଚଲ୍ୟକର ଚର୍ଚ୍ଚା♦️ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ: ଗ୍ରାମବାସୀ , ବିଭାଗ ଓ ଗଣମାଧ୍ୟମ ଜାଣି ବି ଚପାଇଦେଲେ !    (23-Mar-2026)       ||      ମୁନିଗୁଡା ବ୍ଲକ ବରଗୁଡା ପ୍ରାଥମିକ ସେବାଶ୍ରମ ବାର୍ଷିକ ଉତ୍ସବ ୨୦୨୬   (23-Mar-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସୁସ୍ଥ ପରିବାର ଗଠନ ନିମନ୍ତେ ସଚେତନତା  କାର୍ଯକ୍ରମ   (23-Mar-2026)       ||      *ଚାଷୀ ଙ୍କ ୧୦ ଘଣ୍ଟା ଧାରଣା ଓ ବିକ୍ଷୋଭ ସ୍ଥଳ ରେ ପହଞ୍ଚିଲେ ଓ ୧୦ ମିନିଟ ରେ ସମାଧାନ କଲେ ଜିଲ୍ଲାପାଳ*   (23-Mar-2026)       ||      ମୁରସିଂ ରେ ପିଇବା ପାଣି ସମସ୍ୟା, ନରସିଂହ ଙ୍କୁ ଅଭିଯୋଗ କଲେ ଗ୍ରାମବାସୀ   (22-Mar-2026)       ||     

HOME   ରାଜ୍ୟ

ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ-ବିଧାୟକ ମୁହାଁମୁହିଁ :  ଜିଲ୍ଲାପାଳଙ୍କ ବିରୋଧରେ ମନୋମୁଖୀ ଉନ୍ନୟନପାଣ୍ଠି ବଣ୍ଟନ ଓ ଯଥେଚ୍ଛାଚାର ଅଭିଯୋଗ  !

12-Jan-2023



ବଲାଙ୍ଗୀର-(ମଳୟ ମିଶ୍ରଙ୍କ ରିପୋର୍ଟ ) ଆଜି ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ପରିଷଦ ବୈଠକରେ ମୁଖ୍ୟତଃ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରେକେଲା , ମୁରିବାହାଲ ଓ ବଙ୍ଗୋମୁଣ୍ଡା ଇତ୍ୟାଦି ବ୍ଲକ୍ ରେ ବିଜୁ କେବିକେ ଯୋଜନାର ସରକାରୀ ଅନୁଦାନ ବଣ୍ଟନରେ ଜିଲ୍ଲାପାଳଙ୍କ ପାଣ୍ଠିକାଟ୍ ଓ ମନୋମୁଖୀ ବଣ୍ଟନ ଏବଂ ଫାଇଭ୍-ଟି ସ୍କୁଲ୍ ଗୁଡିକର ଖର୍ଚ୍ଚରେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ୟୟ ଅଟକଳରେ ଗାଇଡ୍ ଲାଇନ୍ ଉଲଙ୍ଘନ ପୂର୍ବକ ସୀମାଲଙ୍ଘନ ସହ ନିମ୍ନମାନର କାମ ଆଳରେ  ଭାଙ୍ଗି ଦିଆଯାଉଥିବା ପରି ଯଥେଚ୍ଛାଚାରର ଅଭିଯୋଗ କରି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଉଚ୍ଚବାଚ ହେବା ସହ ହଠାତ୍ ରାଗି 

ଯାଇ ତାଙ୍କ ଆସନରୁ ଉଠିଯାଇ ଜିଲ୍ଲାପାଳଙ୍କ ଆଡକୁ ମାଡିଯାଇଥିଲେ । ସେ ଜିଲ୍ଲାପାଳ ସରକାରୀ ଆଇନର ନିର୍ଦ୍ଦେଶାବଳିର ଉଲଙ୍ଘନ କରିବା ସହ ତାଙ୍କ ଲୋକପ୍ରତିନିଧିର ଉତ୍ତରଦାୟିତ୍ଵକୁ ଜିଲ୍ଲାପାଳ ମନମାନି କରି ସରକାରୀ ପାଣ୍ଠିକୁ ତାଙ୍କ ସୁହାଇଲା ଢଙ୍ଗରେ ବଣ୍ଟନ କରୁଥିବା ଅଭିଯୋଗରେ 'ଏହା କରିବାକୁ ସେ କିଏ ?' ବୋଲି ପ୍ରଶ୍ନ ଉଠାଇ ସେ ଏହାକୁ ଆଳ କରି  ସମ୍ଭବତଃ ଜିଲ୍ଲାପାଳଙ୍କ ପ୍ରତ୍ୟୁତ୍ତରରେ ସେ ମଧ୍ୟ ଚରମ ସୀମାକୁ ଯାଇପାରନ୍ତି ବୋଲି ଧମକ ଦେଇ ଜିଲ୍ଲାପାଳଙ୍କର ଅତି ନିକଟକୁ ଯାଇ ସାମ୍ନାରେ ଠିଆହୋଇଯାଇ ଆକ୍ରମଣାତ୍ମକ ଢଙ୍ଗରେ  'ବଲାଙ୍ଗୀରରେ ବହୁତ ଜିଲ୍ଲାପାଳ ମାଡ ଖାଇଛନ୍ତି' ବୋଲି ଚେତାଇଦେଲା ଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଟିଟିଲାଗଡ ବିଧାୟିକା ତଥା ମହିଳାମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦର ମହିଳା ଅଧ୍ୟକ୍ଷା ଦେବକୀ ସାହୁ ଓ ଅନ୍ୟାନ୍ୟ ମହିଳା ପ୍ରତିନିଧିଙ୍କ ଉପସ୍ଥିତିରେ  ଜଣେ ବରିଷ୍ଠ ବିଧାୟକଙ୍କର ଏତାଦୃଶ ଅଶାଳୀନ ବାକ୍ୟପ୍ରୟୋଗ ପୂର୍ବକ ଆକ୍ରମଣୋଦ୍ୟତ ଧମକ ଓ  ଆଚରଣ  ସମସ୍ତଙ୍କୁ ବିସ୍ମିତ କରିଛି ।  ଜିଲ୍ଲାପାଳଙ୍କ ପ୍ରତି ସେ ତାଙ୍କର ଉକ୍ତ ଆରୋପ ବା ଅଭିଯୋଗକୁ ଆଲୋଚନା ମାଧ୍ୟମରେ ଉପସ୍ଥାପିତ କରିପାରିଥା'ନ୍ତେ ବୋଲି ମତବ୍ୟକ୍ତ କରି ଅନେକେ ତାଙ୍କର ଏପରି ଅନିୟନ୍ତ୍ରିତ ଆଚରଣକୁ ନାପସନ୍ଦ କରିଛନ୍ତି । 

ଉଲ୍ଲେଖନୀୟ ଯେ, ଆଗରୁ ମଧ୍ୟ ଶ୍ରୀ ସାଲୁଜା ଏକାଧିକବାର ସରକାରୀ ଅଧିକାରୀଙ୍କୁ ମାଡପିଟ କରି  ଗିରଫ ହୋଇଥିବାର  ରେକର୍ଡ ରହିଛି । 

ଅପରପକ୍ଷରେ ଯୁବ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିରୋଧରେ ଦୁର୍ବ୍ଯବହାର କରୁଥିବାର ଅଭିଯୋଗର ଚର୍ଚ୍ଚା ରହିଥିବାରୁ ବିଧାୟକଙ୍କର ତାଙ୍କ ପ୍ରତି ଏତାଦୃଶ ବ୍ୟବହାରକୁ କେତେକ ତାଙ୍କୁ 'ପାନେ ଦେଲେ' ବୋଲି ମଧ୍ୟ ମତପ୍ରକାଶ କରିଛନ୍ତି ! କିଛିଦିନତଳେ ଲୋକଉତ୍ସବ ପ୍ରସ୍ତୁତି ବୈଠକରେ ଆସିଥିବା ଲୋକଙ୍କୁ ପ୍ରସ୍ତାବ ଦେଲାବେଳେ, ବାହାରିଯିବାକୁ କହିବା ,ଏକ ବ୍ଲକ୍ ର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜଣେ ଭତ୍ତା ପାଇ ନଥିବା ଗରିବ ହିତାଧିକାରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ଧମକାଇବା ଓ ବିଭିନ୍ନସମୟରେ ଅଧସ୍ତନ କର୍ମଚାରୀଙ୍କ ସମେତ ସାଧାରଣଲୋକଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ ଇତ୍ୟାଦି ତାଙ୍କ ବିରୋଧରେ ଅଗଣତାନ୍ତ୍ରିକ ଅସୌଜନ୍ୟମୂଳକ ମାତ୍ରାଧିକ  କ୍ଷମତା ପ୍ରଦର୍ଶନର ଅଭିଯୋଗ ବା ଓଭରସ୍ମାର୍ଟର ଆରୋପ ରହିଆସିଛି ।

ସର୍ବୋପରି ଜିଲ୍ଲାର ବିଭିନ୍ନ ଉନ୍ନୟନରେ ଲୋକପ୍ରତିନିଧିଙ୍କୁ ଅଣଦେଖା କରାଯାଇ ସମ୍ପୂର୍ଣ୍ଣ ପ୍ରଶାସନିକ ନିୟନ୍ତ୍ରଣରେ ଯୋଜନା ଓ ପ୍ରକଳ୍ପଗୁଡିକ ଚାଲୁଥିବାର ପାଟଣାଗଡ ଓ ଅନ୍ୟକେତେକ ବ୍ଲକରେ ସରପଞ୍ଚି ବା ନିର୍ବାଚିତ ଲୋକପ୍ରତିନିଧି ମାନେ ଧାରଣା ଦେବାକୁ ଚେତାବନୀ ଦେଇଥିବା ପ୍ରକାଶ । ସେହିପରି ବନବିଭାଗ, ଯୋଗାଣବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଶ୍ରମବିଭାଗ, ବ୍ଲକ୍ ଓ ପଞ୍ଚାୟତ ଇତ୍ୟାଦି ଜିଲ୍ଲାର ବିଭିନ୍ନ ବିଭାଗର ଗୁରୁତର ଦୁର୍ନୀତି ଅଭିଯୋଗ ସମ୍ପର୍କରେ ଜନମତ ପ୍ରକାଶ ପାଉଥିଲେ ହେଁ, ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇଆସୁଛି । ଉଚ୍ଚ୍ଛେଦ, ଦାଦନ ସମସ୍ୟା, ମିଛଶ୍ରମିକର ମଷ୍ଷରରୋଲ୍, ମିଥ୍ୟା ଶ୍ରମଦିବସରେ ଜିଲ୍ଲାରେ ମନରେଗା ଇତ୍ୟାଦି ସରକାରୀ ଯୋଜନା ସମେତ ଉନ୍ନୟନଯୋଜନାରେ ଦୁର୍ନୀତି ସୀମାଲଙ୍ଘନ କଲାଣି । ଫାଇଭ୍-ଟି ସ୍କୁଲ୍ ସ୍ବତନ୍ତ୍ର ଯୋଜନାରେ ବ୍ୟାପକ ମନମୁଖୀ କାର୍ଯ୍ୟକଳାପ ଓ ରାଜନେତାଙ୍କ ଠିକାଦାର ପୋଷଣ ଏପରିସ୍ଥିତିକୁ ସ୍ପର୍ଶ କଲାଣି ଯେ କିଛିମାସ ତଳେ ପାଟଣାଗଡ

ବ୍ଲକର ଜଣେ ସଚ୍ଚୋଟ ଜେଇଙ୍କୁ ସ୍ପଷ୍ଟଦିବାଲୋକରେ ରାଜନୈତିକ ସଂରକ୍ଷଣପ୍ରାପ୍ତ ଠିକାଦାରଙ୍କ ଦ୍ବାରା ସନ୍ଦିଗ୍ଧ ହତ୍ୟାକାଣ୍ଡର ତଦନ୍ତ ବାଟବଣା ହୋଇଗଲା । ଅପରାଧ କ୍ଷେତ୍ରରେ କଣ୍ଟାବାଞ୍ଜିରେ ଦାଦନସେଠଙ୍କ ଅଧାକୋଟି ଟଙ୍କା ହଡପ କରି ଜଣେ ଡିଏସପିଙ୍କ ନିଲମ୍ବନ ବା କଣ୍ଟାବାଞ୍ଜି ଉପକାରାଗାରରେ ବହୁଚର୍ଚ୍ଚିତ ଗୋବିନ୍ଦସାହୁ ଆତ୍ମହତ୍ୟା ଘଟଣା ଅଦ୍ୟାପି ସନ୍ଦେହଘେରରେ ରହିଛି ଓ ଏଥିରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶର କଣ ହେଲା , ରହସ୍ୟରେ ରହିଯାଇଛି  ! ତେବେ ବିଧାୟକଙ୍କର ବିଜୁ କେବିକେ ଯୋଜନାର ପାଣ୍ଠି ବା ଫାଇଭ୍-ଟି ସ୍କୁଲ୍ ନିର୍ମାଣାଦି ଅଟକଳ ଓ ଖର୍ଚ୍ଚରେ ଅନିୟମିତତାର ଅଭିଯୋଗର ଯଥାର୍ଥତା ଯେ ନାହିଁ, ଏହା ନୁହେଁ  !  କିନ୍ତୁ  ଜିଲ୍ଲା ପରିଷଦ ବୈଠକରେ ବିଧାୟକଙ୍କର ଜିଲ୍ଲାପାଳଙ୍କୁ ଏତାଦୃଶ ଅଶୋଭନୀୟ ବ୍ୟବହାରକୁ ବୁଦ୍ଧିଜୀବୀ ମହଲ ନିନ୍ଦନୀୟ ବୋଲି ମତପ୍ରକାଶ କରି ଏହା ବଲାଙ୍ଗୀର ଜିଲ୍ଲାର ମାନସମ୍ମାନ ପ୍ରତି ଆଞ୍ଚ୍ ଆଣିଛି । ଏହା ଆପାତତଃ ପ୍ରକାଶିତ ଖବରଗୁଡିକର ଏକ ତର୍ଜମା ସହ ସଂଗୃହୀତ ଜନମତର ପ୍ରତିଫଳନ ମାତ୍ର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟ ଉପାଧି,ଶିକ୍ଷା ଜଗତରେ ଉଲ୍ଲାସ   24-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   24-Mar-2026
  ଜିଲ୍ଲା  
ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   24-Mar-2026
  ଜିଲ୍ଲା  
ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   24-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   23-Mar-2026
  ଜିଲ୍ଲା  
ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   23-Mar-2026
  ଜିଲ୍ଲା  
ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   23-Mar-2026
  ଜିଲ୍ଲା  
ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   23-Mar-2026
  ଜିଲ୍ଲା  
ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   23-Mar-2026
  ଜିଲ୍ଲା  
*ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   23-Mar-2026

You Might Also Like