-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2023
ବଲାଙ୍ଗୀର(ପ୍ରେରଣା ଖବର) , ଗୁଡ଼ଭେଲାବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀମାନେ ନିଜ ହକ ଦାବୀରେ କାର୍ଯ୍ଯ ବନ୍ଦ କରିଥିବା ବେଳେ କିଛି ବେସରକାରୀ ସଂସ୍ଥାକୁ ଛତୁଆ ଓ ଅଣ୍ଡା ବଣ୍ଟନ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ବହୁ ହିତାଧିକାରୀ ମାଁ ମାନେ ଡିସେମ୍ବର ମାସର ଛତୁଆ ଓ ଅଣ୍ଡା ପାଇ ନଥିବା ନେଇ ଗୁଡ଼ଭେଲାବ୍ଳକ ସିଡିପିଓ ପ୍ରତିମା ଚୌପଦାର ତୁଷୁରା ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିକୁ ଆସିଥିବା ବେଳେ କିଛି ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିଥିଲେ। କିନ୍ତୁ ସିଡିପିଓ ମ୍ୟାଡମ କିଛି ନଶୁଣି ଅଫିସକୁ ଆସି ଅଭିଯୋଗ କରିବାକୁ ସିଧାସଳଖ କହି ନିଜ ଦାମୀକିଆ ଗାଡିରେ ବସି ଚାଳିଯାଇଥିଲେ। ଏନେଇ ଗୁଡ଼ଭେଲାବ୍ଳକ ବିଡିଓ ଗୁରେଶ୍ବର ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଣ ହୋଇଛି ଦେଖି ପଦକ୍ଷେପ ନିଆଯିବ ବୋଲି ହିତାଧିକାରୀଙ୍କୁ ପ୍ରତିଶୃତି ଦେଇଥିଲେ।