-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ରାଜ୍ୟ

ଭୋଟରଙ୍କ ଘରଭାଙ୍ଗି ବିକାଶବାନା : ପ୍ରକଳ୍ପ ପାଇଁ ଜାଗା ଖାଲିକରାଯିବାକୁ ଉଚ୍ଛେଦର ଆଳ ?

08-Jan-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ଆଗାମୀ ବର୍ଷ ସାଧାରଣ ନିର୍ବାଚନ ବର୍ଷ ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନକ୍ଷମତାରେ ଥିବା ରାଜନୈତିକ ଦଳମାନେ ନିଜ ନିଜର ଦଳୀୟ ପତିଆରାବୃଦ୍ଧି  ଲକ୍ଷ୍ୟରେ ସରକାରୀ ଅର୍ଥଅନୁଦାନର ବିପୁଳବ୍ୟୟ କରିବା ଆରମ୍ଭ କରିଦେଲେଣି । ଏହିକ୍ରମରେ ବଲାଙ୍ଗୀର ପୌରାଞ୍ଚଳର ମହାରାଣୀସାଗରର ଉନ୍ନତି ପାଇଁ ୨୨ କୋଟି ଟଙ୍କା ଆସିଛି । ଏହା ସହିତ  ମଇଳାପାଣି ନିଷ୍କାସନ ପାଇଁ ୨୫ ଲକ୍ଷ ଓ ସହରର  ଏହି ପୋଖରୀ ସହିତ ଅନ୍ୟାନ୍ୟ ୧୬ ଟି ପୋଖରୀ ବା ବନ୍ଧକଟାର ଉନ୍ନତି ପାଇଁ ଆହୁରି ଅର୍ଥବରାଦ ହୋଇଥିବା ଶୁଣାଯାଉଛି । ତେବେ ଏହି ପ୍ରକଳ୍ପ ପାଇଁ ସ୍ଥାନାଭାବ ଯୋଗୁଁ ଏହାସହିତ କିଛିଦିନ ଧରି ସହରର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦକୁ ବିକାଶ ଆଳରେ ମିଶାଇ ଦିଆଯାଇଛି । ତେବେ କିଛିଦିନ ପୂର୍ବର  ରାସ୍ତା ପ୍ରଶସ୍ତିକରଣ ବା ସୌନ୍ଦର୍ଯ୍ୟକରଣ ନିମନ୍ତେ ସହରର ସୂର୍ଯ୍ୟନଗର , ଗାନ୍ଧୀନଗର ପଡା, ବ୍ରାହ୍ମଣପଡାର କରଙ୍ଗାକଟା ଆଡି, ରୁଗୁଡିପଡା, ଫଲସାପଦରି ଓ ଅନ୍ୟାନ୍ୟ ପଡାରେ ରାସ୍ତାକଡ ଦୋକାନ ବା ଘରଭଙ୍ଗା ପ୍ରକ୍ରିୟାବେଳେ  ଜନପ୍ରତିକ୍ରିୟା ସତ୍ତ୍ୱେ ସେତେଟା ଜନ ଆନ୍ଦୋଳନ ପ୍ରକାଶ ପାଇ ନଥିଲାବେଳେ, ସଂପ୍ରତି ଇନ୍ଦିରାନଗର, ଇଚ୍ଛାପଡାର ଉଚ୍ଛେଦ ନୋଟିସ୍ କୁ ନେଇ ବ୍ୟାପକ ବିରୋଧ ସ୍ବରୂପ ଆନ୍ଦୋଳନ, ରାସ୍ତାରୋକ, ଶୋଭାଯାତ୍ରା, ଗଣଧାରଣା ଓ  ଆକ୍ସନ କମିଟି ବା ବିଭିନ୍ନ ସଂଗଠନକୁ ଲଗାଯାଇ 'ବଲାଙ୍ଗୀର ବନ୍ଦ' ଡାକରା ତଥା ବନ୍ଦ ପ୍ରତ୍ୟାହାର  ଇତ୍ୟାଦି କରାଯାଇଆସୁଛି । ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ଗତ ପୌରନିର୍ବାଚନ ପୂର୍ବରୁ ଏହିପଡାର ବାସିନ୍ଦାମାନେ ପୌରଉପାଧ୍ୟକ୍ଷାଙ୍କୁ ମନ୍ଦିରରେ ଶପଥ କରାଇ ବହୁସଂଖ୍ୟକ ଭୋଟରେ ଜିତାଇଥିବାରୁ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଆରମ୍ଭରୁ ଉଚ୍ଛେଦ ହେବାକୁ ଥିବା ଆନ୍ଦୋଳନକାରୀଙ୍କ ସପକ୍ଷରେ ରହିଆସିଛନ୍ତି । ଏବେ ସେ ପ୍ରଶାସନ ଓ ପୌର ଅଧିକାରୀଙ୍କ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ସେ ତାଙ୍କ ପଦ ଓ ଏପରିକି ତାଙ୍କୁ ସମର୍ଥନ କରିଥିବା ଶାସକ ବିଜେଡିଦଳରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଏଣେ ଜିଲ୍ଲାପ୍ରଶାସନ ବନାମ ଜିଲ୍ଲାପାଳ ଓ ବିଧାନସଭା ଗୃହର ପରିବେଶ ଓ ପ୍ରଦୂଷଣ  ସବ୍ କମିଟିର ଅଧ୍ୟକ୍ଷ ଥିବା ବଲାଙ୍ଗୀର ବିଧାୟକ ତଥା  ନରସିଂହ ମିଶ୍ର ଜଳାଶୟଗୁଡିକର ପୁନରୁଦ୍ଧାର ଆଳରେ ପ୍ରକଳ୍ପ ପାଇଁ ଜବରଦଖଲ ଉଚ୍ଛେଦକୁ ଜୋର୍ ଦେଉଛନ୍ତି । ମହାରାଣୀ ସାଗର ପ୍ରସଙ୍ଗରେ ଶ୍ରୀ ମିଶ୍ର ତାଙ୍କୁ ଆକ୍ଷେପ କରାଯାଉଥିବାର ପ୍ରତ୍ୟୁତ୍ତରରେ ଗଣମାଧ୍ୟମକୁ ସେ ନୁହଁନ୍ତି, ଗରିବଙ୍କ ଶତ୍ରୁ ରାଜପରିବାର ବୋଲି ବିବୃତି ଦେଇଥିବା ପ୍ରକାଶ । ତେଣୁ ଏହି ଉଚ୍ଛେଦ ଓ ଆନ୍ଦୋଳନର ପଛରେ ବଲାଙ୍ଗୀରର ଏହି ଦୁଇ ପ୍ରଭାବଶାଳୀ ରାଜନେତା ନରସିଂହ ମିଶ୍ର ଓ ସଂପ୍ରତି ରାଜ୍ୟ ଗୃହ ନିର୍ମାଣ ବୋର୍ଡ଼ର ଅଧ୍ୟକ୍ଷ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ପୂର୍ବମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ବିଜେଡିର ଟଣାଓଟରା ପଦାକୁ ଆସିଛି । ଏହି କମିଟି ମଧ୍ୟ ପୂର୍ବରୁ ବହୁ ଅନୁଦାନର ବାଟମାରଣା ଅଭିଯୋଗ କରି ତଦନ୍ତ ନିର୍ଦ୍ଦେଶ ଦେଇଛି ଏହି କମିଟି । ତେଣୁ କହିବା ବାହୁଲ୍ୟ , ଏଥିରେ ରାଜନୀତି ପଶି ଯାଇଛି ।

ଅନ୍ୟପକ୍ଷରେ ମହାରାଣୀ ସାଗର ବା ଇନ୍ଦିରାନଗର ଆଦି ଅଞ୍ଚଳରେ ବହୁ ସରକାରୀ କର୍ମଚାରୀ ଓ ସହରବାସୀ ଘରଦ୍ବାର ଥିବା ସ୍ବଚ୍ଛଳବର୍ଗର ବ୍ୟକ୍ତି ସରକାରୀ ଜମି ଜବରଦଖଲ କରି ଘର ବନେଇଥିବା ଓ ଏହାକୁ କଦାପି ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରକାଶ କରିଛନ୍ତି । ତେଣୁ ଉଚ୍ଛେଦ ହେବାକୁ ଆତଙ୍କିତ ଏହି ପଡାବାସୀ ବିକାଶ ବା ପ୍ରକଳ୍ପ ଆଳରେ ଷଣ୍ଢୁଆସି ଆକ୍ରମଣରେ ଫସି ଯାଇଛନ୍ତି । ସେମାନେ ମଧ୍ୟ ରାଜନୈତିକ ଆକ୍ରୋଶର ଶିକାର ହେଉଥିବା କ୍ଷୋଭପ୍ରକାଶ କରିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ସହରରେ ଯେଉଁମାନେ ଦୀର୍ଘ ପଚାଶ / ଶହେ ବର୍ଷଧରି ରାଜସ୍ୱ ବିଭାଗ, ପୌର ସଂସ୍ଥା ଓ ପ୍ରଶାସନର ସମ୍ପୂର୍ଣ୍ଣ ଜ୍ଞାତସାରରେ ତଥା ଅନୁମତି ହାସଲ କରି ପାନୀୟଜଳ, ବିଦ୍ୟୁତ୍ ସଂଯୋଗ, ଋଣ ଆଦି ନେଇ ସେହିସବୁ ପଡାରେ ଅଙ୍ଗନବାଡି ସ୍କୁଲ୍, ସ୍କୁଲ୍ ଓ ଅନ୍ୟାନ୍ୟ ସରକାରୀ ସୁବିଧାସୁଯୋଗ ଉପଭୋଗ କରି ସପରିବାର ବସବାସ କରି ସରକାରଙ୍କୁ ନାଗରିକ ଭାବେ ଭୋଟଦେଇ ଆସୁଛନ୍ତି , ସେମାନେ ଏବେ ହଠାତ୍ ବିନା ପ୍ରାକ୍ ଥଇଥାନରେ ଅନାଥ ବାସଚ୍ୟୁତ ହୋଇପଡିବେ କାହା ସ୍ବାର୍ଥରେ  ? କେଉଁଟା ସରକାରଙ୍କର ପ୍ରାଥମିକତା ?  ନାଗରିକ, ଗରିବଲୋକେ , ଗୃହହୀନମାନେ ନା ସୌନ୍ଦର୍ଯ୍ୟକରଣ ବା ବିକାଶମୂଳକ ପ୍ରକଳ୍ପ ?  କୁହାଯାଉଛି, ଏହାର ବିଚାର ଲୋକେ ଆଗାମୀ ନିର୍ବାଚନବେଳେ ଦେବେ  !


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like