-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ରାଜ୍ୟ

ବଲାଙ୍ଗିର ଜିଲ୍ଲାରେ ପୁରୁଷ ହକି ବିଶ୍ଵ କପ ଟ୍ରଫି କୁ ବିପୁଳ ସ୍ଵାଗତ

02-Jan-2023



ବଲାଙ୍ଗିର(ପ୍ରେରଣା ଖବର) ଏଫ. ଆଇ. ଏଚ ପୁରୁଷ ବିଶ୍ଵ କପ ହକି ଟ୍ରଫି କୁ ଆଜି ବଲାଙ୍ଗିର ଜିଲ୍ଲାରେ ସାଂସ୍କୃତିକ କାର୍ଯକ୍ରମ ,ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇଛି । ବଲାଙ୍ଗିର ନୂଆପଡା ସୀମାନ୍ତବର୍ତ୍ତୀ ଗ୍ରାମ ଭାଲୁମୁଣ୍ଡା ଠାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ  ଭବ୍ୟ ସ୍ଵାଗତ ପରେ ଜିଲ୍ଲାରେ ଟ୍ରଫି ଟୁର କାର୍ଯକ୍ରମ

ଆରମ୍ଭ ହୋଇଥିଲା । ପରେ ଟ୍ରଫି ବଙ୍ଗୋମୁଣ୍ଡା ,ଟିଟିଲାଗଡ ,ସଇଁତଳା ,ଦେଓଗାଁ ବାଟ ଦେଇ ବଲାଙ୍ଗିର ସହର ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ପହଞ୍ଚିଥିଲା । ଟ୍ରଫି କୁ  ବଙ୍ଗୋମୁଣ୍ଡା ,ଟିଟିଲାଗଡ ,ସଇଁତଳା ,ଦେଓଗାଁ ଠାରେ ସ୍ଥାନୀୟ ପ୍ରଶାସନ ,ଜନ ପ୍ରତିନିଧି ,ବିଭିନ୍ନ ଅନୁଷ୍ଠାନ ତଥା ଜନସାଧାରଣ ଙ୍କ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଟ୍ରଫି କୁ ଏକ ବାଇକ ରାଲି ଦ୍ଵାରା ଆରଟିଓ ଛକ ରୁ କୋଶଳ କଳା ମଣ୍ଡଳ ପଡିଆ ପର୍ଯ୍ୟନ୍ତ ଅଣାଯାଇଥିଲା ।  କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ,ପୌର ପରିଷଦ ଅଧ୍ୟକ୍ଷ୍ୟା ଲିକା ସାହୁ ,ଜିଲ୍ଲାପାଳ ଚଞ୍ଚଳ ରାଣା ,ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ପ୍ରମୁଖ ସ୍ଵାଗତ କରିଥିଲେ । ପରେ  କୋଶଳ କଳା ମଣ୍ଡଳ ପଡିଆ ଠାରୁ ଘଣ୍ଟବାଦ୍ୟ ,ଦୁଲଦୁଳି ଆଦି ବାଦ୍ୟଦଳ ସହ ବିରାଟ ପଟୁଆରରେ ଗାନ୍ଧୀ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଇଥିଲା ।  ଗାନ୍ଧୀ ଷ୍ଟାଡିୟମ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ,ଲୋଇସିଂହ। ବିଧାୟକ ଡ଼ ମୁକେଶ ମହାଲିଙ୍ଗ , ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ,ପୌର ପରିଷଦ ଅଧ୍ୟକ୍ଷ୍ୟା ଲିକା ସାହୁ ,ଜିଲ୍ଲାପାଳ ଚଞ୍ଚଳ ରାଣା ,ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ୧୮୯ ବାଟାଲିଆନ ସିଆରପିଏଫ ର କମାଣ୍ଡେଣ୍ଟ ପବନ କୁମାର ତିୱାରି ,ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ ,ଡିଏଫଓ ନିତୀଶ କୁମାର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଓ ଅନୁଷ୍ଠାନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ପୂର୍ବତନ ଆନ୍ତର୍ଜାତିକ ଆଥଲେଟ ଆନନ୍ଦିନୀ ଦର୍ଜି ,ପୂର୍ବତନ ଜାତୀୟ ଭଲିବଲ ଖେଳାଳି ଅନୁପ କୁମାର ସାହୁ , ଜୁନିଅର ଜାତୀୟ ଭଲିବଲ ଖେଳାଳି କୁମାରୀ ରଶ୍ମିତା ଦୀପ ,ଖେଲୋ ଇଣ୍ଡିଆ ସିଲଭର ମେଡାଲିଷ୍ଟ ସୁହାନି ଗୁରହାଣ୍ଡି ,ଜାତୀୟ ଫୁଟବଲ ଖେଳାଳି ସୁଧାଂଶୁ ସେଠ , ଜାତୀୟ ଫୁଟବଲ ଖେଳାଳି ଅଭିମନ୍ୟୁ ପାଣ୍ଡେ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର କାର୍ଯକ୍ରମ ଉପଲକ୍ଷେ ଆଜି ସକାଳେ ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା । ମାରାଥନ ଗାନ୍ଧୀ ଷ୍ଟାଡିୟମ ରୁ ବାହାରି ଲିଟିଲ ଫ୍ଲାୱାର ସ୍କୁଲ ପର୍ଯ୍ୟନ୍ତ ଯାଇ ପୁଣି ଗାନ୍ଧୀ ଷ୍ଟାଡିୟମ କୁ ଫେରିଥିଲା । ତିନୋଟି ବର୍ଗରେ ଅନୁଷ୍ଠିତ ଏହି ମିନି ମାରାଥନ ରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ସମ୍ମାନିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର କାର୍ଯକ୍ରମ ଉପଲକ୍ଷେ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ହକି ଖେଳ ବିଷୟ ବସ୍ତୁ ଉପରେ ଆଧାରିତ ଏକ କୁଇଜ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା ।ପରେ ସେଠାରେ ବଚପନ ଓ ଏକାଡେମିକ ହାଇଟ ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ  ଓ ପଞ୍ଚମ ଅନୁଷ୍ଠାନ ବଲାଙ୍ଗିର ର କଳାକାର ମାନଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।   ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର କାର୍ଯକ୍ରମ ଉପଲକ୍ଷେ ଆଜି ଆପରାହ୍ନ ରେ ଅମାମୁଣ୍ଡା ବନାମ କାଲସଇପାଳି ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଅମାମୁଣ୍ଡା ଦଳ ବିଜୟୀ ହୋଇ ବିଜେତା ଟ୍ରଫି ହାସଲ କରିଥିଲେ । ସେହିପରି ଟାଉନ ହାଇସ୍କୁଲ ବନାମ ପି ଆର ହାଇସ୍କୁଲ ମଧ୍ୟରେ ଏକ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଉନ ହାଇସ୍କୁଲ ବିଜୟୀ ହୋଇ ବିଜେତା ଟ୍ରଫି ହାସଲ କରିଥିଲେ । ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବ କୁ ବଲାଙ୍ଗିର ତହସିଲଦାର ଡ଼

ପୁଷ୍ପାଞ୍ଜଳି ପଣ୍ଡା ଓ ଡେପୁଟି କଲେକ୍ଟର ସୋନିଆଶ୍ରୀ ମଲ୍ଲିକ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି ସମସ୍ତ କାର୍ଯକ୍ରମ ରେ ବଲାଙ୍ଗିର ସହରର ବିଭିନ୍ନ ସଂଗଠନ ର କର୍ମକର୍ତ୍ତା , ଗଣମାଧ୍ୟମ ର ପ୍ରତିନିଧି ,ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ,ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା ବଲାଙ୍ଗିର ର ଜନସାଧାରଣ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like