-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2023
ବଲାଙ୍ଗିର(ପ୍ରେରଣା ଖବର)ସ୍ଥାନୀୟ ଆର୍ଯ୍ୟ ମନ୍ଦିରରେ ବିଶ୍ୱ ଶାନ୍ତି ଓ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ପୌରହିତ୍ୟରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ଯଜ୍ଞରେ ଶ୍ରୀ ମିଶ୍ର ଓ ସପତ୍ନୀ ମଧୁଛନ୍ଦା ମିଶ୍ର ଏବଂ ଶୁଭେନ୍ଦୁ ସାହୁ ଓ ସପତ୍ନୀ ଯଜ୍ଞରେ ବସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ଦାଶ, ମୋତିଲାଲ ସାହୁ, ନରେନ୍ଦ୍ର କବାଟ, ବାୟା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଯଜ୍ଞରେ ଆହୁତି ଦେଇଥିଲେ । ସୁରେଶ ଆର୍ଯ୍ୟ ଓ ସତ୍ୟପ୍ରକାଶ ଆର୍ଯ୍ୟ ମନ୍ତ୍ରପାଠ କରି ପୂଜାର୍ଚ୍ଚନା କରିଥିଲେ । ଆର୍ଯ୍ୟ ସମାଜର ସମସ୍ତ ବ୍ରହ୍ମଚାରୀ ସହାଯ୍ୟ ସହଯୋଗ କରିଥିଲେ । ଶେଷରେ ସମାଜର ସଂପାଦକ ହିତେଶ କୁମାର ସାହୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।