-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||     

HOME   ଜିଲ୍ଲା

ସହରରେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି

01-Jan-2023



ଜଣେ ଶିକ୍ଷୟିତ୍ରୀ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଏହି ମହିଳା ଜଣକ ପରବର୍ତ୍ତୀ ପର୍ଯ୍ୟାୟରେ ଜଣେ ନାରୀ ନେତ୍ରୀ ଭାବରେ ନିଜର ସଫଳତାକୁ ଦୋହରାଇଛନ୍ତି । ଓଡ଼ିଶାର ମୋଟ୍ ୧୧୫ଟି ମୁନିସିପାଲିଟି ଓ ଏନ୍‌ଏସି ମଧ୍ୟରେ ବଲାଙ୍ଗୀର ମୁନିସିପାଲିଟିର ଅଧ୍ୟକ୍ଷା ଆସନରେ ପ୍ରତିଦ୍ୱନ୍ଦିତା କରି ସାରା ରାଜ୍ୟରେ ଅଧିକ ମାରଜିନ୍‌ରେ ଭୋଟ୍ ପାଇ ବିଜୟ ମୁକୁଟ ପିନ୍ଧିଥିବା ଏହି ମହିଳା ଜଣକ ହେଉଛନ୍ତି ବଲାଙ୍ଗୀର ମୁନିସିପାଲିଟିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଶିକ୍ଷୟିତ୍ରୀ ଚୌକିରୁ ଦାୟିତ୍ୱ ସଂପନ୍ନ ପୌରାଧ୍ୟକ୍ଷା ଆସନ ଅଳଙ୍କୃତ କରି  ନିଜ କ୍ୟରିୟରର ଦ୍ୱିତୀୟ ଇନିଙ୍ଗସ୍ ଆରମ୍ଭ କରିଥିବା ଲିକା ସାହୁଙ୍କ କିଛି ଅଭିବ୍ୟକ୍ତି, ଅନୁଭୂତି ଓ ଅଭିଜ୍ଞତାକୁ ନେଇ ପ୍ରେରଣାର ଏକ ସ୍ୱତନ୍ତ୍ର ସାକ୍ଷାତକାର । 

////////////00000////////0000////

    ଶ୍ରେଣୀ ଗୃହରୁ ସିଧାସଳଖ ମୁନିସିପାଲିଟିର ଅଧ୍ୟକ୍ଷା ଆସନର ଯାତ୍ରା ସଂପର୍କରେ କିଛି କହିବେ ?

ଶ୍ୱଶୁର ଘରର ସମସ୍ତଙ୍କ ସହଯୋଗ ଓ ମୋ ଦଳ ମୋ ପ୍ରତି ରଖିଥିବା ଆସ୍ଥା ବଳରେ ମୁଁ ଆଜି ଅଧ୍ୟକ୍ଷା ଆସନରେ ବସି ନିଜ ଦାୟିତ୍ୱକୁ ସମ୍ଭାଳିି ପାରିଛି । 
  ବଲାଙ୍ଗୀର ମୁନିସିପାଲିଟିର କେଉଁ ପ୍ରମୁଖ ସମସ୍ୟାର ଆପଣ ପାରୁପର୍ଯ୍ୟନ୍ତ ସମାଧାନ ଚାହିଁବେ ? 
ବଲାଙ୍ଗୀର ସହରର ମୁଖ୍ୟ ସମସ୍ୟା ପରିମଳ ବ୍ୟବସ୍ଥା ଓ ଡ୍ରେନେଜ୍ ବ୍ୟବସ୍ଥାର ପରିବର୍ତ୍ତନ ଉପରେ ମୁଁ ଗୁରୁତ୍ୱ ଦେଉଛି । 
  ଆପଣ ଅଧ୍ୟକ୍ଷା ଆସନରେ ବସିବାର ଗୋଟିଏ ବର୍ଷର ଉପଲବ୍ଧିକୁ କିପରି ଦେଖନ୍ତି ?
  ଅନ୍ୟ ଅଧ୍ୟକ୍ଷଙ୍କ ତୁଳନାରେ ଆମ ସମୟରେ ବଲାଙ୍ଗୀର ମୁନିସିପାଲିଟିର ଅନେକ ଆଖିଦୃଶିଆ ଉନ୍ନତି ହୋଇଛି । ଆସନ୍ତା ଗୋଟିଏ ବର୍ଷ ଭିତରେ ବଲାଙ୍ଗୀର ମୁନିସିପାଲିଟିର ଅନେକ କିଛି ଉନ୍ନତିମୂଳକ କାମ କରିବାର ଆମେ ଲକ୍ଷ୍ୟ ରଖିଛୁ । ମୁନିସିପାଲିଟି ଅନ୍ତର୍ଗତ ୨୧ ଟି ୱାର୍ଡ ରେ ରାସ୍ତାଘାଟ ନିର୍ମାଣ, ଡ୍ରେନ୍ ନିର୍ମାଣ, ବନ୍ଧର ପଙ୍କୋଦ୍ଧାର, ବନ୍ଧ  ସୌନ୍ଦର୍ଯ୍ୟକରଣ ପରି କାମ ହାତକୁ ନିଆଯାଇଛି ।
   ସର୍ବାଧିକ ଭୋଟ ମାରିଜିନ୍‌ରେ ବିଜେଡି ଆସନରୁ ଜିତି ପୌରାଧ୍ୟକ୍ଷା ଆସନ ଗ୍ରହଣ କରିଥିବା ଜଣେ ଅଧ୍ୟକ୍ଷା ଭାବରେ ଆପଣଙ୍କ ଆଗାମୀ ପ୍ଲାନ ପ୍ରୋଜେକ୍ଟ କଣ ରହିଛି ?
ବଲାଙ୍ଗୀର ମୁନିସିପାଲିଟି ଅଧୀନରେ ଥିବା ୧୭ଟି ବନ୍ଧର ସୌନ୍ଦର୍ଯ୍ୟକରଣ ଓ ପଙ୍କୋଦ୍ଧାର କାମ କରାଯିବ । ସହରରେ ମଶାର ଉଦ୍ରବକୁ କମାଇବା ପାଇଁ ସରକାର ମୁନିସିପାଲିଟିକୁ ତିନୋଟି ଟିଫା ମେସିନ୍ ଅନୁମୋଦନ କରିଛନ୍ତି । ବିଭିନ୍ନ ୱାର୍ଡ ରେ ଓପନ୍ ଜିମ୍ ଓ ୱାଟର ଏଟିଏମ୍ ଓ ସ୍ମାର୍ଟ ପାର୍କ ନିର୍ମାଣ ହେବା ସହରର ମୁଖ୍ୟ ୫ଟି ସ୍ଥାନରେ ସିସି ଟିଭି କେମେରା ସଂଯୋଗ ହେବ । ସହରରେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ପାଇଁ ମୁନିସିପାଲିଟି ତରଫରୁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି । ସରକାର ଏହାକୁ ଅନୁମୋଦନ ମଧ୍ୟ କରିଛନ୍ତି । ଏତଦ୍‌ବ୍ୟତିତ ଟାଉନ୍‌ହଲ୍ ଓ ରାଜେନ୍ଦ୍ର ପାର୍କର ସୌନ୍ଦର୍ଯ୍ୟକରଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ । ବିଜାଖମନ ଠାରେ ଶବଦାହ ଗୃହ କାମ ଠାରୁ ଆରମ୍ଭ କରି ସହର ବିଭିିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ ନିର୍ମାଣ କାମ ଆମ ସରକାରଙ୍କ ସଫଳତାର ଝଲକ୍ ଅଟେ । ମୁନିସିପାଲିଟିର ଲିମିଟେଡ ଫଣ୍ଡ ମଧ୍ୟରେ ସହରର ବକାଶ କାମ ଆଗେଇ ଚାଲିଛି । 
    ଆପଣଙ୍କର ଏହି ସଫଳତାର ଶ୍ରେୟ କାହାକୁ ଦେବାକୁ ଚାହିଁବେ ?
ପ୍ରଥମେ ମାଁ ସମଲେଶ୍ୱରୀଙ୍କ କୃପା ଓ ପରେ ମାନ୍ୟବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଦିଚ୍ଛା ବଳରେ ମୁଁ ଆଜି ଅଧ୍ୟକ୍ଷା ଭାବରେ ଲୋକ ମାନଙ୍କ ସେବା କରିବାର ସୁଯୋଗ ପାଇଛି । ପୁଣି ବିଜେଡିର ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, କଳିକେଶ ନାରାୟଣ ସିଂଦେଓ ଓ ଅର୍କେଶ ନାରାୟଣ  ସିଂଦେଓ ଙ୍କ ସହଯୋହଗ ବଳରେ ମୁଁ ଏହି ସଫଳତା ପାଇପାରିଲି ବୋଲି କହିବି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026

You Might Also Like