-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
17-Dec-2022
ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ) ଆସନ୍ତା ୨୯ ତାରିଖ ଠାରୁ ପାଟଣାଗଡ ଗଙ୍ଗାଧର ପାର୍କ ଠାରେ ହେବାକୁ ଯାଉଥିବା ୧୦ ତମ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ଭୂମି ପୂଜନ, କଳାକାର ବରଣ ଏବଂ ଶୁଭସ୍ଥମ୍ବ ସ୍ଥାପନ କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଅଛି । ଗତକାଲି ସକାଳୁ ନିର୍ଧାରିତ ଶୁଭ ଲଗ୍ନ ଅନୁଯାୟୀ ଧନୁଯାତ୍ରା କମିଟୀର ସଦସ୍ଯ ମାନେ ଏକ ପାରମ୍ପରିକ ଶୋଭାଯାତ୍ରାରେ ଯାଇ ପାଟଣାଗଡର ଇଷ୍ଟ ଦେବୀ ମାଁ ପାଟଣେଶ୍ବରୀ, ସମଳେଶ୍ବରୀ, ମାଁ ଦଶମତୀ, ମାଁ ନଘରିଏନ ମନ୍ଦିରରୁ ଆଜ୍ଞାମାଳ ଆଣିବା ପରେ ସଭାପତି ଅନୀଲ ମେହେର ପୂଜାକର୍ତା ଭାବରେ ସଙ୍କଳ୍ପ କରି ଶୁଭସ୍ଥମ୍ଭ ସ୍ଥାପନ କରିଥିଲେ । ଏହି ଅବସରରେ ସମ୍ପାଦକ ଘନଶ୍ୟାମ ମେହେର, ସହ ସମ୍ପାଦକ ଅଜିତ କୁମାର ପୁରୋହିତ, କୋଷାଧ୍ୟକ୍ଷ ଗୋଲେକ ବାରିକ, ବିଦ୍ୟାଧର ମେହେର , ଶିଶୁଦେବ ସେଠ୍ ଙ୍କ ସହ ଅନେକ କମିଟି ସଦସ୍ଯ ଉପସ୍ଥିତ ଥିଲେ ।