-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Dec-2022
ଲୋଇସିଂହା (ବିନୋଦ କୁମାର ଦୀପ) ଲୋଇସିଂହାକୁ ବିଜ୍ଞାପିତ ଅଂଚଳ ପରିଷଦ ମାନ୍ୟତା ପାଇଁ ଲୋଇସିଂହା ଅଂଚଳବାସୀ ଦୀର୍ଘଦିନ ହେଲା ଦାବୀ କରି ଆସୁଛନ୍ତି l ଏପରିକି ରାଜ୍ୟ ସରକାର ବିଗତ ଦିନରେ ଦୁଇ ଦୁଇ ଥର ବିଧାନସଭାରେ ବିଜ୍ଞାପିତ ଅଂଚଳ ଲାଗି ଘୋଷଣା ମଧ୍ୟ କରିଛନ୍ତି l କିନ୍ତୁ ରାଜ୍ୟ ସରକାର ଘୋଷଣା ମାତ୍ର ବର୍ତ୍ତମାନ ସୁଦ୍ଧା ଲୋଇସିଂହାକୁ ବିଜ୍ଞାପିତ ଅଂଚଳର ମାନ୍ୟତା ଦେଇନାହାନ୍ତି l ଦିନକୁ ଦିନ ଗଡ଼ାଇ ଚାଲିଛନ୍ତି, ମାନ୍ୟତା ଦାବିରେ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ଲୋଇସିଂହା ନେତୃତ୍ୱରେ ଅନେକ ଥର ଆନ୍ଦୋଳନ ମଧ୍ୟ୍ୟ କରି ଆସୁଛନ୍ତି l ଯେଉଁଥିରେ ଏ ଅଂଚଳର ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ସମସ୍ତ ଅନୁଷ୍ଠାନ ତଥା ଜନସାଧାରଣ ତାଙ୍କର ସହମତି ଦେଇ ସାମିଲ ହୋଇ ଆସୁଛନ୍ତି l ଗତ 14 ତାରିଖ ଦିନ ସମସ୍ତ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକର ସର୍ବ ସମ୍ମତି କ୍ରମେ ଲୋଇସିଂହାକୁ ଯଥାଶୀଘ୍ର ବିଜ୍ଞାପିତ ଅଂଚଳ ଦାବୀରେ ଲୋଇସିଂହା ସ୍ଥିତ ସମସ୍ତ ସରକାରୀ ତଥା ବେସରକାରୀ ଅଫିସ ଗୁଡିକ ଶାନ୍ତି ଶୃଙ୍ଖଳା ସହ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦର ଆହ୍ୱାନକ୍ରମେ ଏ ଅଂଚଳର ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ୨୧.୧୨.୨୨(ବୁଧବାର) ଦିନ ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l ଏଣୁ ବନ୍ଦ ପାଳନକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ l