-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Dec-2022
ବଲାଙ୍ଗୀର(ପ୍ରେରଣା ଖବର), ଆଜି ବଲାଙ୍ଗୀର ର ମାନ୍ୟବର ସ୍ପେସିଆଲ କୋର୍ଟ ପୋକ୍ସୋ ଗୋପବନ୍ଧୁ ଗଡନାୟକ ପ୍ରମାଣ ଅଭାବରୁ ପୋକ୍ସୋ କେସ୍ ରେ ଗିରଫ ହୋଇଥିବା ବଲାଙ୍ଗୀର ସଦର ଥାନା ବଘଲା ର ହୃଷୀକେଶ କରନ୍ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଗତ ୨ଠ୨୧ ମସିହା ନଭେମ୍ବର ୧୨ ତାରିଖରେ କଅଗାଁ ର ରଶ୍ମି(ଛଦ୍ମ ନାମ) ନାମକ ଜଣେ ୧୨ ବର୍ଷର ନାବାଳିକାକୁ ଧର୍ଷଣ କରିଥିବା ନେଇ ନାବାଳିକାର ବାପା ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ହୃଷୀକେଶ କରନ୍ଙ୍କ ନାମରେ ଆଇପିସିର ୩୬୩,୩୭୬(୩), ୩୭୬(୨), ୫ଠ୬ ଓ ପୋକ୍ସୋ ଏକ୍ଟର ଦଫା ୬ ଅନୁଯାୟୀ ଚାର୍ଜ ଫ୍ରେମ୍ କରାଯାଇଥିଲା । ପ୍ରାୟ ୧୮ ଜଣ ସାକ୍ଷୀ ଓ ପୀଡିତାଙ୍କ ବୟାନକୁ ଆଧାର କରି ବଲାଙ୍ଗୀର ମାନ୍ୟବର ସ୍ପେସିଆଲ କୋର୍ଟ ପୋକ୍ସୋ ସ୍ପେସିଆଲ ଜି.ଆର୍ କେଶ ନମ୍ବର ୧୨୮/୨ଠ୨୧ ରେ ପ୍ରମାଣ ଅଭାବରୁ ମୁଦାଲା ହୃଷୀକେଶ କରନ୍୍ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମୁଦାଲାଙ୍କ ତରଫରୁ ଆଇନଜୀବୀ ରାମାନନ୍ଦ ଥନାପତି ମୁକଦ୍ଦମା ପରିଚାଳନା କରୁଥିଲେ ।