-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2022
ବୌଦ୍ଧ / ଜିଲ୍ଲା ପ୍ରଶାସନ ତରଫରୁ ମିଶନ ଶକ୍ତି, ଓଏଲମ୍, କୁଟୁମ୍ବଶ୍ରୀ ର ମିଳିତ ଆନୁକୁଲ୍ୟରେ ଲୋକ କଳା ବିକାଶ କେନ୍ଦ୍ର, ସରସରା ଠାରେ ମିଶନ ଶକ୍ତି କାଫେ ପରିଚାଳନା ସମ୍ପର୍କିତ ସାତଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଆରମ୍ଭ କରାଯାଇଛି I ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ସମସ୍ତଙ୍କୁ ସ୍ଵାଗତ ଜଣେଇବା ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ପାଣ୍ଡିଆ, ସମ୍ମାନିତ ଅତିଥି ଭାବରେ ଡିପିଏମ ଶ୍ରୀଯୁକ୍ତ ଦେବଦତ୍ତ ମିଶ୍ର , ଶିଶୁ ମଙ୍ଗଳ ସମିତି ବୌଦ୍ଧ ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ, ବୌଦ୍ଧର ସିଡିପିଓ ଶ୍ରୀମତୀ ମିନତି ଦେଓ, ବିପିଏମ ସତ୍ୟପ୍ରିୟ ବଘାର , ବିପିସି ସସ୍ମିତା ବାଦି ଉପସ୍ଥିତ ଥିଲେ। ତାଲିମଦାତା ଭାବରେ କୁଟୁମ୍ବଶ୍ରୀ ର ଅରୁଣ କୁମାର ଏବଂ ସ୍ମିତା ଯୋଗଦେଇଥିଲେ। ପ୍ରତିଭାଗି ଭାବରେ ବୌଦ୍ଧ ଏବଂ ହରଭଙ୍ଗା ବ୍ଲକ୍ ର ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଯୋଗଦାନ କରିଥିଲେ। ସମସ୍ତ ଅତିଥି ବୃନ୍ଦ ଏହି କାର୍ଯ କ୍ରମର ଲକ୍ଷ୍ୟ ଉଦେଶ୍ୟ ବାବଦରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ବିଡ଼ିଓ ମହୋଦୟ ସୂଚନା ପ୍ରଦାନ କରିଥିଲେ।