-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଦୁର୍ଗମ ଅଞ୍ଚଳରେ ଜିଲାପ୍ରଶାସନ ପହଞ୍ଚି ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ, ଗ୍ରାମ ଚଟାଣରେ ବସି ଗ୍ରାମବାସୀଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

16-Dec-2022



ବୌଦ୍ଧ ; ବୌଦ୍ଧଜିଲ୍ଳାରେ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମକୁ ଚାଲ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନୁଯାୟୀ ଜିଲାପାଳଙ୍କ ନେତୃତ୍ୱରେ ଜିଲାସ୍ତରୀୟ ଅଧିକାରୀମାନେ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଗାଁ ଦାଣ୍ଡରେ ବସି ସିଧାସଳଖ ଲୋକଙ୍କ ଆପତି ଅଭିଯୋଗ ଶୁଣିବା ସହିତ ଅଞ୍ଚଳର ବିକାଶ ପାଇଁ ଜିଲା ପ୍ରଶାସନ ପକ୍ଷରୁ କଣସବୁ ପଦକ୍ଷେପ ନିଆଯିବ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷିରେ ଗୁରୁବାର ଦିନ ଅପରାହ୍ନରେ ବୌଦ୍ଧବ୍ଲକ ଟିକରପଡା ପଞ୍ଚାୟତର ଉପାନ୍ତ ଗ୍ରାମ ବରପଦର ଗ୍ରାମରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅନ୍ୟ ଅଧିକାରୀମାନଙ୍କ ସହିତ ପହଞ୍ଚିଥିଲେ । ଗ୍ରାମ ମଝିରେ ମଣ୍ଡପ ଚଟାଣରେ ବସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ସୁବିଧା ଅସୁବିଧା ଓ ସମସ୍ୟା ପଚାରି ବୁଝିଥିଲେ । ଗ୍ରାମବାସୀମାନେ ନିକଟରେ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କୁ ପାଇ ଆନନ୍ଦିତ ହେବା ସହିତ ଖୋଲାଖୋଲି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଗ୍ରାମକୁ ସବୁଦିନିଆଁ ରାସ୍ତା ନଥିବାବେଳେ ସ୍ୱାସ୍ଥ୍ୟସେବା ଭଳି ଜରୂରୀ ସମୟରେ  ଗ୍ରାମକୁ ଆମ୍ବୁଲାନ୍ସ  ପହଞ୍ଚି ପାରୁନଥିବା,ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ନାଳ ପାର ହୋଇ ପାଠ ପଢିବାକୁ  ଯାଉଥିବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବର୍ଷା ଦିନରେ ବିଶେଷ ଭାବରେ ଏହି ଗ୍ରାମବାସୀମାନେ ଅତ୍ୟନ୍ତ କଷ୍ଟରେ ଜୀବନ ଯାପନ କରୁଥିବା ଜଣାଇଥିଲେ । ଲୋକଙ୍କ ମୁଖ୍ୟ ଫସଲ ଧାନ ହୋଇଥିବାବେଳେ ବନ୍ୟଜନ୍ତୁ ଅନ୍ୟ ସବୁ ପନିପରିବା ଚାଷ ନଷ୍ଟ କରିଦେଉଥିବା ଅଭିଯୋଗ କରିଥିଲେ । ଗ୍ରାମରେ ଥିବା ଏକମାତ୍ର ପୋଖରୀର ହୁଡା ଭାଙ୍ଗି ଯାଇଥିବାବେଳେ ତାହାର ମରାମତି କରାଯିବା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନଥିବା,ପାନୀୟଜଳର ବିଶେଷ ସୁବିଧା ନାହିଁ,ବିଦ୍ୟାଳୟ ଶ୍ରେଣୀଗୃହରେ ପାଣି ଗଳୁଛି,ଛାତ୍ରଛାତ୍ରୀମାନେ ତଳେ ବସି ପାଠ ପଢୁଥିବା ଜିଲାପାଳଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀସାହୁ ତୁରନ୍ତ ବିଦ୍ୟାଳୟକୁ ୧୦ ଗୋଟି ଟେବୁଲ ଚେୟାର ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟକୁ ଯିବା ରାସ୍ତାରେ ପୋଲ ନିର୍ମାଣ,ବିଦ୍ୟାଳୟ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ଭାବରେ ସିଂହାସନୀ ଠାକୁରାଣୀ ଓ ମାହେଶ୍ୱରୀଙ୍କ ମନ୍ଦିର ରହିଥିବାବେଳେ ମନ୍ଦିରର ମରାମତି ଏବଂ ଏକ ଭାଗବତ ଟୁଙ୍ଗି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ ଗ୍ରାମବାସୀମାନେ ନିବଦେନ କରିଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀସାହୁ ବାୟୋଫ୍ଲକ ଜରିଆରେ ମାଛଚାଷ,କିଚେନ ଗାର୍ଡେନ ନିର୍ମାଣ ପାଇଁ ପରାମର୍ଶ ଦେବା ସହିତ ଗ୍ରାମୀଣ ଆବାସ ଯୋଜନାରେ ଯେଉଁ ଗ୍ରାମବାସୀମାନେ ଘର ପାଇନାହାନ୍ତି ତାହାର ଏକ ତାଲିକା ପ୍ରସ୍ତୁତି କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଦୁଇଗୋଷ୍ଠୀ ସ୍ୱୟଂ ସହାୟିକା ଗୋଷ୍ଠୀ ଥିବାବେଳେ ଅନ୍ୟ ଏକ ନୂତନ ଗୋଷ୍ଠୀ ଗଠନ କରିବା ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଅବସରରେ ଜିଲା ରେଡକ୍ରସ ପାଣ୍ଠିରୁ ଗ୍ରାମର ସୁଭଦ୍ରା ଦେହୁରୀ,ଅକ୍ରୁର ଦେହୁରୀ ଓ ଉମା ମଲ୍ଲିକଙ୍କୁ ୧ ହଜାର ଟଙ୍କା ସହାୟତା ଓ କମ୍ବଳ ପ୍ରଦାନ କରାଯାଇଥିବାବଳେ ସୁମିତ୍ରା ମାଝି ଓ ଅନନ୍ତ ପଲିଆଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ଗ୍ରାମର ଅରୁନ୍ଧତୀ ସାହୁ ଓ ବାସନ୍ତୀ ସାହୁଙ୍କ ବୟସାଧିକ୍ୟ ଯୋଗୁଁ ଭତା ପରିମାଣ ବୃଦ୍ଧି ଏବଂ ଦିବ୍ୟାଙ୍ଗ ଜୁଲେଇ ଦେହୁରୀଙ୍କୁ ଭତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।  ଏହି ଗସ୍ତ ପରିପ୍ରେକ୍ଷିରେ ବୁରୋଗୋରା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାପାଳ ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ତହସିଲଦାର ଦେବୀ ପ୍ରସାଦ ଦାଶ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ସହକାରୀ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ବିଶ୍ୱାଳ,ସହକାରୀ ଯନ୍ତ୍ରୀ ଶିଶିର କୁମାର ଦାଶ,ଜିଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ସଂଯୋଜକ ଜିଲା ପ୍ରକଳ୍ପ ଅଧିକାରୀ (ଜରୂରୀ ବିଭାଗ) ସଂଜୟ କୁମାର ଝା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ସିଡିପିଓ ମିନତୀ ଦେଓ,ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like