-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Dec-2022
କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ)
ଉତ୍ତର ପ୍ରଦେଶ ର୍ଝାନ୍ସି ସ୍ଥିତ ମଣିକର୍ଣ୍ଣିକା ଆର୍ଟ ଗେଲେରୀ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ଚିତ୍ର ଓ ଭାସ୍କର୍ଯ୍ୟ କଳା ପ୍ରତିଯୋଗିତାରେ ଭାଗ ନେଇ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ର ଡଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓଁମ ପ୍ରକାଶ ସାହୁ ରୌପ୍ୟ ପଦକ ପାଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।ତାଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ଦି ସାଇନିଙ୍ଗ ସମର ପାଇଁ ଏଇ ପୁରସ୍କାର ମିଳିଥିବା ସୂଚନା ମିଳିଛି।ପେଷାରେ ଶିକ୍ଷକ ଓ ନିଶାରେ ଚିତ୍ର ଶିଳ୍ପୀ, କବି ଓ କଣ୍ଠ ଶିଳ୍ପୀ ଓମ ପ୍ରକାଶ ଙ୍କ ଏହି ସଫଳତା ପାଇଁ କର୍ଲାମୁଣ୍ଡା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନିସାହୁ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି।