-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   (07-May-2026)       ||      ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   (07-May-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ    (07-May-2026)       ||      ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା    (07-May-2026)       ||      ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   (07-May-2026)       ||      ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   (07-May-2026)       ||      ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   (07-May-2026)       ||      ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ    (07-May-2026)       ||      ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   (07-May-2026)       ||      ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   (07-May-2026)       ||      *ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   (07-May-2026)       ||      ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା    (07-May-2026)       ||      ସ୍ବର୍ଗତ ଘେନୁରାମ ନିଆଲ ଓ ସ୍ବର୍ଗୀୟା କୌଶଲ୍ୟା ନିଆଲଙ୍କ ଗଙ୍ଗାଶ୍ରାଦ୍ଧ ଉପଲକ୍ଷେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା   (07-May-2026)       ||      କଶୀସ ଅଗ୍ରୱାଲ ନାଁ ରଖିଲେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ବୟସ ଦୁଇ ବର୍ଷ ନଅ ମାସ   (07-May-2026)       ||      ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   (07-May-2026)       ||      ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ    (07-May-2026)       ||      କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||     

HOME   ରାଜନୀତି

ମୁଖ୍ୟମନ୍ତ୍ରୀ ଙ୍କୁ ଖୋଲାଖୋଲି ଟାର୍ଗେଟ କଲା କଂଗ୍ରେସ, ମୁଖ୍ୟ ଖଳନାୟକ ନିଜେ ମୁଖ୍ୟମନ୍ତ୍ରୀ

03-Dec-2020



ଭୁବନେଶ୍ୱର,(ଶୁଭାଶିଷ ମହାପାତ୍ର): ରାଜ୍ୟରେ ବହୁଚର୍ଚ୍ଚିତ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତିର ପେଡି ଯେତେ ଖୋଲିଲେ ବି ସରିବାର ନାଁ ଗନ୍ଧ ଧରୁନାହିଁ । ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ନବୀନ ବାବୁଙ୍କର ଏକାନ୍ତ ଅନୁଗତ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଏହି ବହୁ ଚର୍ଚ୍ଚିତ ଦୁର୍ନୀତିର ମୁଖ୍ୟ ନାୟକ ବୋଲି ବିଜୁ ଜନତା ଦଳର ବିଭିନ୍ନ ନେତୃବୃନ୍ଦ ବିଭିନ୍ନ ସମୟରେ ସଫେଇ ଦେଉଛନ୍ତି । ପ୍ରକୃତରେ ଏହି ମହାଦୁର୍ନୀତିର ମହାନାୟକ ଅଭୟକାନ୍ତ ପାଠକ ନା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏହା ଏକ ବଡ ଅସମାହିତ ପ୍ରଶ୍ନ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନ୍‌ଗୋ ସିଧାସଳଖ ଏହି ମହାଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ପଟଦାର ସାଜିଥିବା କିଛି ବାବୁମାନଙ୍କ ସହମତି ଏବଂ ପ୍ରଚ୍ଛନ୍ନ ଆଶୀର୍ବାଦ ଯୋଗୁଁ ଅଭୟ ପାଠକଙ୍କର ଜନ୍ମ । ତେଣୁ ସେ ସିଧାସଳଖ ଅଭୟ ପାଠକଙ୍କର ଜନ୍ମଦାତା ନବୀନ ବାବୁ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କେତେଗୁଡିଏ ପ୍ରଶ୍ନ ପଚାରିଛନ୍ତି ଏବଂ ସିଧାସଳଖ ଏ ଉତ୍ତର ମୁଖ୍ୟମନ୍ତ୍ରୀ ନିଜେ ରଖିବାକୁ ଆଶା କରୁଛନ୍ତି ବୋଲି କହିଛନ୍ତି ।

 

ପ୍ରଶ୍ନ ୧ – ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କରେ ବ୍ରହ୍ମପୁର ମଦମୃତ୍ୟୁ ଘଟଣାରେ ଥିବା ସନ୍ଦେହ କରି ତାଙ୍କୁ ଦଳ ତରଫରୁ କୈଫିୟତ ମଗାଯାଇଥିଲା କି ନାହିଁ ଏବଂ ସେତେବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଯେଉଁ ଇଂଟେଲିଜେଂଟ ରିପୋର୍ଟ ଆସିଥିଲା ସେ ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ କି? ପ୍ରଦୀପ ପାଣିଗ୍ରାହୀ ତାଙ୍କର ପକ୍ଷରେ କେଉଁ ଉତର ରଖିଲେ ଯେ ସେତେବେଳେ ତାଙ୍କୁ ବାଦ୍ ଦିଆଗଲା ନାହିଁ ବରଂ ମୁଖ୍ୟମନ୍ତ୍ରୀଙ୍କର ବିଧାନସଭାର ପ୍ରତିନିଧି କରାଗଲା ଏବଂ ପରବର୍ତୀ ଅବସ୍ଥାରେ ଉଚ୍ଚଶିକ୍ଷା ମନ୍ତ୍ରୀ କରାଗଲା ।

ପ୍ରଶ୍ନ ୨ – ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ୟ ମହଲାରେ କେଉଁ ବାବୁ ରାଜନୈତିକ ବ୍ୟକ୍ତିମାନଙ୍କୁ “ଆପଣମାନେ କୁକୁର” ବୋଲି ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମରେ କହିଛନ୍ତି ଏବଂ ଏହି କଥାକୁ ନେଇ ସେ ଆପଣଙ୍କୁ ସିଧାସଳଖ ଚିଠି ଲେଖିଥିଲେ । ସେ ଚିଠି ଆପଣ ଗଣମାଧ୍ୟମ ଆଗରେ ସାର୍ବଜନୀନ କରନ୍ତୁ ଏବଂ ଶ୍ରୀ ପାଣିଗ୍ରାହୀ ମଧ୍ୟ ଏହି ବାବୁଙ୍କ ନାମ ସ୍ପଷ୍ଟ ଭାବରେ କୁହନ୍ତୁ । ଏହା ଓଡିଶା ରାଜ୍ୟର ସ୍ୱାଭିମାନକୁ ଆଘାତ ଦେଇଛି । ରାଜନୀତି ଗଣତନ୍ତ୍ରର ମୂଳମନ୍ତ୍ର । ତେଣୁ ରାଜନୀତି ଏବଂ ରାଜନୈତିକ ବ୍ୟକ୍ତି ବିଶେଷ କିଭଳି କୁକୁର ବୋଲି ଆପଣଙ୍କ ଅନୁଗୃହୀତ ସରକାରୀ କର୍ମଚାରୀ କହିପାରିଲେ? ଏ ସରକାରୀ କର୍ମଚାରୀ ରାଜ୍ୟ ରାଜକୋଷରୁ ଦରମା ପାଆନ୍ତି ନା ବିଜୁ ଜନତା ଦଳ ତାଙ୍କୁ ଦରମା ଦିଏ? ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି, ଓଡିଶାର କିଛି ଅଫିସରମାନେ ବିଜୁ ଜନତା ଦଳର ସଦସ୍ୟ ହୋଇ କାର୍ଯ୍ୟ କରୁଛନ୍ତି । ଯାହା ଆସନ୍ତା ଦିନ ରାଜନୈତିକ ପ୍ରକ୍ରିୟାରେ ଏକ ବିରାଟ ଅନ୍ତରାୟ ସୃଷ୍ଟି କରିବ । ତେଣୁ ଆପଣ କାଳ ବିଳମ୍ବ ନକରି ରାଜ୍ୟବାସୀଙ୍କ ସମ୍ମୁଖରେ ଏ କଥାର ସ୍ପଷ୍ଟୋକ୍ତି ରଖନ୍ତୁ, ଶ୍ରୀ ପାଣିଗ୍ରାହୀଙ୍କ ଚିଠିକୁ ପ୍ରକାଶ କରନ୍ତୁ ।


ପ୍ରଶ୍ନ ୩ – ଶ୍ରୀ ପାଣିଗ୍ରାହୀଙ୍କ ବାବଦରେ ଯେଉଁ ଆରୋପ ବା ଅଭିଯୋଗମାନ ଆସିଛି ଯେ ସେ ଗଞ୍ଜାମ ଜିଲ୍ଲାର ୮୦ ଜଣ ମଦ ମାଫିଆଙ୍କ ସହ ଅଛନ୍ତି ଏବଂ ତାଙ୍କ ପାଖରୁ ପ୍ରଚୁର ଅର୍ଥ ସଂଗ୍ରହ କରିଛନ୍ତି । ମୋର ସିଧାସଳଖ ପ୍ରଶ୍ନ ଏ ସଂପର୍କ ଆଜି ନା ବହୁ ଆଗରୁ ଅଛି । ଏ ସଂପର୍କ କିଭରି ଓ କାହିଁକି ହେଲା? ଏ ସଂପର୍କ ଆପଣଙ୍କ ଜ୍ଞାତସାରରେ ରଖିଥିଲେ କି? ମଦ ମାଫିଆଙ୍କ ପାଖରୁ ଚାନ୍ଦା ଆଦାୟ ହେଉଥିବାର ଗୁଇନ୍ଦା ବିଭାଗର କିଛି ତଥ୍ୟ ଆପଣଙ୍କ ପାଖକୁ ଆସିଥିଲା କି ନାହିଁ? ଯଦି ଆସିନାହିଁ ଏ ରାଜ୍ୟର ଗୃହମନ୍ତ୍ରୀ ଆପଣ । ଆପଣଙ୍କ ବିଭାଗରେ ଥିବା ଗୁଇନ୍ଦା ବିଭାଗ କିଭଳି କାର୍ଯ୍ୟ କରୁଛି? ଏହାର ଉତରଦାୟିତ୍ୱ ଆପଣ ନେବେ କି ନାହିଁ ?

ପ୍ରଶ୍ନ ୪ – ଏହି କିଛିଦିନ ତଳେ ଶ୍ରୀ ପାଣିଗ୍ରାହୀଙ୍କ ଝିଅ ବାହାଘର ପାଇଁ ଉଭୟ ପାଣିଗ୍ରାହୀ ଓ ପାଠକ ପରିବାର ଆପଣଙ୍କ ପାଖକୁ ଆର୍ଶୀବାଦ ପାଇଁ ଯାଇଥିଲେ । ସେ ସମୟରେ ଆପଣ ଉଭୟଙ୍କ କଳା କାରନାମାର ସଂପୃକ୍ତି ଜାଣିଥିଲେ କି ନାହିଁ?


ପ୍ରଶ୍ନ ୫ – ଆକାଶ ପାଠକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ୫ ଲକ୍ଷ ଟଙ୍କାର ଚେକ୍ ଦେବା ସତ୍ୟ କି? କେବେ ଓ କାହିଁକି ଦେଇଥିଲେ? ଆପଣଙ୍କ ଦପ୍ତରରେ କେଉଁ ଅଫିସରଙ୍କ ସହାୟତାରେ ଆକାଶ ପାଠକ ଆପଣଙ୍କ ପାଖରେ ପହଂଚି ପାରିଥିଲେ । ଯଦି ଆକାଶ ପାଠକ ଲୋକମାନଙ୍କୁ ଠକି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଏବଂ ସେହି ଅର୍ଥରୁ ଆପଣଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ, ତେଣୁ ଜଣେ ଚୋର ଯଦି ତା’ର ଧନ କାହାକୁ ଦାନ କରେ ବା କାହା ପାଖରେ ଆଣି ରଖେ, ତାହେଲେ ସେ ବ୍ୟକ୍ତି ଆଇନ୍‌ର ପରିସରଭୁକ୍ତ ହେବେ କି ନାହିଁ? ତେଣୁ ଆପଣ ଚୋରି ଧନ ରଖିବାରେ ସହାୟତା କରିଛନ୍ତି କି? ଆପଣଙ୍କର ସଂପୃକ୍ତି ବାବଦରେ ତଦନ୍ତ ହେବ କି ନାହିଁ ?

ପ୍ରଶ୍ନ ୬ –  ଯଦି ଆପଣଙ୍କ ମନ୍ତ୍ରୀ ଓ ବିଧାୟକଙ୍କର ଆପଣଙ୍କ ପାଖକୁ ପ୍ରବେଶ ନିଷେଧ, ତେଣୁ ଆକାଶ ପାଠକ କାହା ନିର୍ଦ୍ଦେଶରେ ଓ କାହା ଅନୁମତିରେ ଯାଇଥିଲେ ? ବୁକ୍ ସର୍କୁଲାର ଅନୁସାରେ ପ୍ରତି ବର୍ଷ ଅଧିକାରୀମାନେ ନିଜର ସଂପତି ତାଲିକା ଦାଖଲ କରିବା କଥା । ତେଣୁ ଆପଣ ପାଠକଙ୍କର ଗତ ୫ ବର୍ଷ ଧରି ସଂପତି ତାଲିକା ସାଧାରଣରେ ପ୍ରକାଶ କରନ୍ତୁ ।


ପ୍ରଶ୍ନ ୭ – କେନ୍ଦୁଝର ଜିଲ୍ଲାର ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ୧.୫୧ ଲକ୍ଷ ଗଛ ଲାଗିବ ବୋଲି ଯୋଜନା ପ୍ରକାଶ ପାଇଲା । ଅର୍ଥ ମଧ୍ୟ ଅନୁମୋଦନ ହେଲା । କିନ୍ତୁ ଗଛ ଲାଗିବା ପରିବର୍ତେ ଗଛ ସବୁ ଉଭାନ ହୋଇଗଲେ । ଏହି ଘଟଣାରେ ଅତିରିକ୍ତ ପିସିସିଏଫ୍ ଓ.ପି. ସିଂହ ତଦନ୍ତ କରିଥିଲେ ଏବଂ ତାଙ୍କ ତଦନ୍ତ ରିପୋର୍ଟ ଅନୁସାରେ ତିନି ଜଣ ଅଫିସରଙ୍କ ଠାରୁ ୩୪ ଲକ୍ଷ ଟଙ୍କା ଆଦାୟର ସୁପାରିଶ ହେଲା । କିନ୍ତୁ ଏ ଟଙ୍କା ଆଦାୟ ହୋଇଛି କି? ଏହା କାହା ଚାପରେ ବନ୍ଦ ହେଲା? ଡିଏଫ୍‌ଓ, ଫରେଷ୍ଟର ମୋହିନୀ ମହନ୍ତ ଏବଂ ଗାର୍ଡ ସାଗରିକା ବେଦଙ୍କୁ ନିଲମ୍ବନ କରି ବସିଗଲେ ।ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ସିଧାସଳଖ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କର ଏହି ଦୁର୍ନୀତିର ସଂପୃକ୍ତି ମୁଖ୍ୟମନ୍ତ୍ରୀଙ୍କ ଇସାରାରେ ଚାଲିଥିଲା । 

ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମରେ ଯେଉଁ ବିବୃତି ରଖିଛନ୍ତି ସେ କୋଭିଡ ୧୯ ପରିଚାଳନାର ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପରେ ବିଜୁ ଜନତା ଦଳର ଦୁଇ ନେତା ବିଧାୟକ ଶ୍ରୀଯୁକ୍ତ ବବି ଦାସ ଓ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ ତାଙ୍କୁ ଘରେ ଯାଇ କାହିଁକି ଚିଠି ଲେଖୁଛ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରୁଛ ବୋଲି ପ୍ରଶ୍ନ କରୁଥିଲେ । ଏଥିରୁ ସ୍ପଷ୍ଟ ଭାବରେ ବୁଝା ପଡୁଛି ଏ ରାଜ୍ୟରେ ଏକ ଗଣତାନ୍ତ୍ରିକ ସରକାର ଚାଲିଛି କି? ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ମୋଡି ମକଚି ନିର୍ଦ୍ଦିଷ୍ଟ କିଛି ଅଫିସରମାନଙ୍କୁ ଧରି ଶାସନ ଚଲାଇଛନ୍ତି । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଛନ୍ତି ଯେ କିଭଳି ଭାବରେ ଶ୍ରୀ ଅଭୟକାନ୍ତ ପାଠକଙ୍କୁ ୨୮.୬.୨୦୦୪ ରୁ ୧୦.୧.୨୦୧୪ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ବ୍ରହ୍ମପୁର ଜଙ୍ଗଲ ଡିଭିଜନର ମୁଖ୍ୟ ଦାୟିତ୍ୱରେ ରଖା ଯାଇଥିଲା । କାହିଁକି ତାଙ୍କର ବଦଳି କରାଯାଇନଥିଲା । ଯଦିଓ ସ୍ପଷ୍ଟ ବଦଳିର ନିୟମ ଥାଇ ମଧ୍ୟ ତାଙ୍କ ପାଇଁ କାହିଁକି ଲାଗୁ କରାଯାଇ ନଥିଲା । ତାଙ୍କୁ କିଏ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସୁରକ୍ଷା ପ୍ରଦାନ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଜଣେ ଏତେ ପ୍ରଭାବଶାଳୀ ବୋଲି ସାଧାରଣ ଲୋକଟିଏ ବିଶ୍ୱାସ କରିପାରୁନାହିଁ । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ମୁଖ୍ୟମନ୍ତ୍ରୀ ଅଭୟକାନ୍ତ ପାଠକଙ୍କ ଭଳି ଏକ ଅବୈଧ ସନ୍ତାନର ଜନକ କି ନୁହେଁ? ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   07-May-2026
  ରାଜ୍ୟ  
ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   07-May-2026
  ରାଜ୍ୟ  
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ   07-May-2026
  ରାଜ୍ୟ  
ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା   07-May-2026
  ଜିଲ୍ଲା  
ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   07-May-2026
  ଜିଲ୍ଲା  
ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   07-May-2026
  ରାଜ୍ୟ  
ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   07-May-2026
  ଜିଲ୍ଲା  
ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ   07-May-2026
  ଜିଲ୍ଲା  
ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   07-May-2026
  ଜିଲ୍ଲା  
ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   07-May-2026
  ଜିଲ୍ଲା  
*ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ*   07-May-2026
  ଜିଲ୍ଲା  
ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ମହିଳାଙ୍କ ବିରାଟ କଳସ ଶୋଭାଯାତ୍ରା   07-May-2026

You Might Also Like