-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
05-Dec-2022
କଟକ(ପ୍ରେରଣା ଖବର) ଭୁବନେଶ୍ୱର ଉପକଣ୍ଠ ଯାଆଁଳାସ୍ଥିତ ଅମରିତା ବିଦ୍ୟାଳୟମ ପରିସରରେ ଥିବା ଖେଳପଡିଆରେ ୨୭ତମ ଉପ କନିଷ୍ଠ ବାଳକ/ବାଳିକା ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ବଲ ବ୍ୟାଡମିଣ୍ଟନ ଓ ଅମରିତା ବିଦ୍ୟାଳୟମ ଅନୁକୂଲ୍ୟରେ ଡିସେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲରେ କଟକ ବାଳକ ଦଳ
ଭୁବନେଶ୍ୱରକୁ ୨-୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିବାବେଳେ କଟକ ବାଳିକା ଦଳ ଜଗତସିଂହପୁରକୁ ୨-୦ ସେଟରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। କଟକ ବାଳକ ଦଳରେ ମିଳନ ସିଂ, ଆଶୁତୋଷ ବେହେରା,ସତ୍ୟ ପ୍ରକାଶ ଦାଶ,ଚନ୍ଦ୍ର ପ୍ରକାଶ ସାହୁ,ଆୟୁସ୍ମ।ନ ସାହୁ,ନେତ୍ରାନନ୍ଦ ମୁଦୁଲି,ଓମ କୁମାର ଦାଶ,ସୋହନ ଦାଶ,ବ୍ରହ୍ମାନନ୍ଦ ନାୟକ ପ୍ରମ୍ମୁଖ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ଖେଳାଳୀ ଭାବେ କଟକ ବାଳକଦଳରୁ ଆୟୁସ୍ମ।ନ ସାହୁ,ମିଳନ ସିଂ ଓ ବାଳିକାଦଳରୁ ପ୍ରୀତି ପ୍ରଜ୍ଞା ବେହେରା ଚୟନ କରାଯାଇଥିଲା। ଏହି ବିଜୟ ପାଇଁ ଉଭୟ ଦଳର ସମସ୍ତ ଖେଳାଳିଙ୍କୁ କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଙ୍ଘର ସଭାପତି ପାର୍ଥ ସାରଥୀ ସାମନ୍ତରାୟ ,ସମ୍ପାଦକ ଅଜୟ କୁମାର ସାହୁ ଓ ସଙ୍ଘର ସମସ୍ତ କର୍ମକର୍ତ୍ତା ସମସ୍ତ ଶୁଭେଚ୍ଛା ଜଣାଇଛନ୍ତି।