-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
କୋରାପୁଟ (ପ୍ରେରଣା ଖବର) ଏକବିଂଶ ଶତାବ୍ଦିର ପ୍ରଥମ ଶିକ୍ଷାନୀତି ସ୍ୱପ୍ନର ସମୃଦ୍ଧ ଭାରତ ଗଠନରେ ସହାୟକ ହେବ । ଯେଉଁ ବୟସରେ ମାନସିକ ବୃଦ୍ଧି ପ୍ରଖର ହୁଏ, ସେହି ବୟସ ତଥା ମାତୃଭାଷା ମାଧ୍ୟମରେ ଶିକ୍ଷା, ବହୁବିଧ ପାଠ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା, ଶିକ୍ଷକ ତାଲିମ ରେ ଗୁଣବତ୍ତା ଏହିଭଳି ବିଭିନ୍ନ ସଂସ୍କାରକୁ ନେଇ ନୂତନ ଶିକ୍ଷାନୀତି ସମୃଦ୍ଧ । ତେବେ ଏହାକୁ ପ୍ରଣୟନ କରିବାରେ ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଅଛି - ଆଜି ଏହି ଭଳି ମତ ପ୍ରକାଶ ପାଇଅଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖା ତରଫରୁ ଅନୁଷ୍ଠିତ ତ୍ରୟୋବିଂଶ ତମ ଇ-ପାଠଚକ୍ର ଅବସର ରେ । ଏଥିରେ ଆଲୋଚକ ଭାବେ ଯୋଗ ଦେଇଥିଲେ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସହକାରୀ ପ୍ରଫେସର ଡ଼. ରମେନ୍ଦ୍ର କୁମାର ପାଢୀ । ସଭାଟିରେ ପୌରୋହିତ୍ୟ କରିଥିଲେ, ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପକ ତଥା ଆଜୀବନ ସଦସ୍ୟ ଡ଼. ମନୋରଞ୍ଜନ ପ୍ରଧାନ । ସଭାଟିରେ ସମାପ୍ତ ଟିପ୍ପଣୀ ସଂସଦର ଉପସଭାପତି ଡ଼. ପ୍ରଦୀପ କୁମାର ପାଟ୍ଟଯୋଶୀ ତଥା ଧବ୍ୟବାଦ ଅର୍ପଣ କରିଥିଲେ ସଭାପତି ଡ଼. ଝାନସୀ ସିଂହ । ସଭାଟି ସଂଯୋଜନା କରିଥିଲେ ମା ମାର୍କମା +୩ ମହାବିଦ୍ୟାଳୟ ବିଷମକଟକର ଇତିହାସ ଅଧ୍ୟାପକ ଡ଼. ଅଶ୍ୱିନୀ କୁମାର ପଣ୍ତା । ସଭାଟିରେ ଶାରଦା ବିହାର ଶିଶୁ ମନ୍ଦିର ର ଛାତ୍ରୀ ଶ୍ରୁତି ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ସ୍ଥଳେ ବିବେକବାଣୀ ପାଠ କରିଥିଲେ ସୁଶ୍ରୀ ରୋଜାଲିନ୍ ମହାପାତ୍ର । ଓଡି଼ଶାର ବିଭିନ୍ନ ଜିଲ୍ଲାରୁ ଜ୍ଞାନ ପିପାସୁ ଗଣ ଅଭାସୀ ମାଧ୍ୟମରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ । ପ୍ରତିମାସ କୋଡି଼ଏ ତାରିଖରେ ପ୍ରଗତୀର ସ୍ୱର ବିଷୟବସ୍ତୁକୁ ନେଇ ଏହିଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ତ୍ରିପାଠୀ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଅଛନ୍ତି ।