-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2022
ଜମନକିରା,: ଜମନକିରା ମହାବିଦ୍ୟାଳୟ ସଭାକକ୍ଷରେ ବାବା ମୁକ୍ତେଶ୍ଵର ସାହିତ୍ୟ ସଂସଦର ବାର୍ଷିକ ଶାଶ୍ଵତ ସମାରୋହ ଅନୁଷ୍ଠିତ ହୋଯାଇଛି I ଏହି ଉପଲକ୍ଷେ ଆୟୋଜିତ ରାଜ୍ୟ ସ୍ତରୀୟ କବି ସଂମ୍ବିଳନୀରେ ଅବସପ୍ରାପ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ କବି ମୂରଲୀଧର ନାୟକ ସଭାପିତ୍ବ କରିଥିବା ବେଳେ କୁଚିଣ୍ଡା ଉପ-ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯକ୍ରମକୁ ଉଦଘାଟନ କରିଥିଲେ I ଉତ୍ସବରେ କୁଚିଣ୍ଡା ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର, ଅବସପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଜମନକିରା ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ରାଉତ, ଯୁକ୍ତ ୩ ଡିଗ୍ରୀ କଲେଜ ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ସାହିତ୍ୟ ଏକାଡେମୀ ପ୍ରାକ୍ତନ ସଦସ୍ୟ ପ୍ରଫୁଲ୍ଲ କୁମାର ମହାପାତ୍ର ଏବଂ ମୁଖ୍ୟବକ୍ତା ତଥା ସୂସାହିତ୍ୟିକ ଓମ ପ୍ରକାଶ ମିଶ୍ର ପ୍ରମୁଖ ଯୋଗଦେଇ ସାହିତ୍ୟ ହେଉଛି ସମାଜର ଆଇନା ଓ କବି ମାନେ ଲେଖନି ଚାଳନା କରି ସମାଜର ପରିର୍ତ୍ତନ କରିବାକୁ ଆହ୍ବାନ ଦେଇଥିଲେ I ଅତିଥି ଗଣ ହୃଦାନନ୍ଦ ଶର୍ମାଙ୍କ ରଚିତ " ମାଟିର ମହକ" ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ ସମ୍ବଲପୁର ଶାଖାର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀଙ୍କୁ ଉଚ୍ଚକୋଟୀର ସାମ୍ବାଦିକତା କ୍ଷେତ୍ରରେ ବ୍ରତୀ ହୋଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀ ଦନୀଙ୍କ ସମେତ ସାମ୍ବାଦିକ ରାଜେନ୍ଦ୍ର ନାଏକ, କବି କୁମୁଦ ବନ୍ଧୁ ନାଏକ, କୁଶ ମିଶ୍ର, ପର୍ଶୁରାମ ସାହୁ, ରାମଚନ୍ଦ୍ର ପ୍ରଧାନ, କବି ସୁବାସ ନାଏକ,କଲ୍ୟାଣୀ ପଟେଲ,ରଜନୀ ପଟେଲଙ୍କ ସମେତ ୬ଜଣ ପ୍ରତିଭାଙ୍କୁ ମାନପତ୍ର ଓ ଉପଢ଼ୌକନ ଓ ପୁଷ୍ପ ଗୁଛ ଦେଇ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅଧ୍ୟାପିକା ଆର.ପୁଷ୍ପାଞ୍ଜଳି ଉପସ୍ଥାପନା କାର୍ଯ୍ୟ ତୁଲାଇଥିଲେ I ପ୍ରାରମ୍ଭରେ ଆୟୋଜକ ତଥା ବାବା ମୁକ୍ତେଶ୍ଵର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଆବାହକ ନନ୍ଦଳାଲ ସାହୁ ଧନ୍ୟବାଦ ଅର୍ପଣ କରଥିଲେ । କବି ଆଲେଖ କୁମାର ପତିଙ୍କ ସଂଯୋଜନାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲ। ।
(ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ)