-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2022
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଟିଟିଲାଗଡ଼ ର ଷ୍ଟେସନ ପଡା ରୁ କିଛି ଦିନ ତଳେ ବିନୟ ସୁନା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କୁ ବଲାଙ୍ଗୀର ହସ୍ପିଟାଲ ର ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ରେ ଭର୍ତି କରିଥିଲେ.... ପରେ ଏକ କନ୍ୟା କୁ ଜନ୍ମ ଦେବାସହ ତାଙ୍କ ର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ତାସହ ନବଜାତ ଶିଶୁ କନ୍ୟା ଙ୍କୁ ମଧ୍ୟ ଭର୍ତି କରାଗଲା.. ପରେ ତାଙ୍କ ସ୍ତ୍ରୀ ଙ୍କୁ ଡ଼ଃ ବୁର୍ଲା କୁ ସ୍ଥାନତରଣ କରିବା ପାଈଁ କହିବାରୁ ବିନୟ ଏକା ଆସିଥିବାରୁ ତାଙ୍କୁ ନେଇ ବୁର୍ଲା ଯାଇଥିଲେ.
ବଲାଙ୍ଗୀର ଡାକ୍ତରଖାନା ରେ ଚିକିତ୍ସିତ ହେଉଥୁବା ତାଙ୍କ ଶିଶୁ କନ୍ୟା ର ଆଜି ଦେହାନ୍ତ ହୋଇଥିଲା... ତାଙ୍କୁ କତୃପକ୍ଷ ଖବର ଦେବାପରେ ସେ ଆସିଥିଲେ ହେଁ ନିରୁପାୟ ହୋଇ ବସି ରହିଥିଲେ... ଇ ଖବର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ସଦସ୍ୟ ମାନଙ୍କୁ ଅବଗତ ହେବା ପରେ ଶିଶୁ କୁ ସ୍ଥାନୀୟ ପୁଇଁତଲା ବ୍ଲକ ପାଖକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିବା ସହ ବ୍ୟକ୍ତି ର ଯିବାର ବ୍ୟବସ୍ଥା କରିଥିଲେ... ଆଜି ଏହି କାର୍ଯ୍ୟ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସୋମନାଥ ମିଶ୍ର, ବିଶ୍ୱଜିତ ପଟେଲ, ଲିପୁନ ପଟେଲ, ରଜତ ପଧାନ, କନ୍ଦର୍ପ ରଣା, ବୁଲୁ ମହାକୁର ଆଦି ରହି ଶେଷ ସମ୍ମାନ ଦେଇ ଥିଲେ