-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2022
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ସଦର ପଦ୍ମିନୀ ଦେବୀ କଲେଜ ପରିସର ରେ ଜିଲ୍ଲା ସ୍ଵାସ୍ଥ୍ୟ ମିସନ ତରଫରୁ ବିଭିନ୍ନ ବ୍ଲକ ରେ ନିଯୁକ୍ତ ଯୋଗ ଶିକ୍ଷକ ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଜିଲ୍ଲା କାର୍ଯକ୍ରମ ପରିଚାଳକ (ଡିପିଏମ ) ବିଶ୍ବମ୍ବର ବେହେରା , ଜିଲ୍ଲା ମା ଓ ଶିଶୁ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ନାୟକ, ସହ ପରିଚାଳକ ଆଶା ତରଣୀ ସେନ୍ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ । ଶ୍ରୀ ଗୋପାଳ ଜୀ ୟୋଗାଳୟ ର ଯୋଗ ସାଧକ ଆର୍ତ୍ତ ତ୍ରାଣ ବାବୁ ଅଷ୍ଟାଙ୍ଗ ଯୋଗ, ହଠ ଯୋଗ ଓ ଯୋଗ ଇତିହାସ ଉପରେ ବିସ୍ତାର ଭାବେ ବକ୍ତବ୍ୟ ପ୍ରଦାନ କରି ଦେବ ଋଣ, ପିତୃ ଋଣ, ଓ ରୁଷି ଋଣ ସବୁ କୁ ଆମେ ଯଦି ଠିକ ଭାବେ ପରିଶୋଧ କରି ପରିବା ତାହେଲେ ମଣିଷ ଜୀବନ ସାର୍ଥକ ହୋଇ ପାରିବ ବୋଲି ମତ
ରଖିଥିଲେ । ସେହିପରି ବରିଷ୍ଟ ଯୋଗ ପ୍ରଶିକ୍ଷକ ଦୁର୍ଗା ଚରଣ ସାହୁ ଯୋଗ ଓ ପ୍ରାଣାୟାମ ତଥା ଆସନ ଓ ପ୍ରାଣାୟାମ ଉପକାରିତା କୁ ବୁଝାଇଥିଲେ । ଏବଂ ବ୍ୟକ୍ତି ନିର୍ମାଣ ରୁ ରାଷ୍ଟ୍ର ନିର୍ମାଣ ର ସଂକଳ୍ପ ନେଇ ଆମେ ଆଜି ଏକାଠି ହୋଇ ପାରିଛୁ ବୋଲି ମତ ରଖିଥିଲେ l ଶରୀର ସହିତ ମନ, ଓ ମନ ସହିତ ଆତ୍ମା କୁ ଯୋଡିବା ପ୍ରକ୍ରିୟା ହିଁ ଯୋଗ ଏବଂ ଯୋଗକୁ ଆଗାମୀ ଦିନରେ ପ୍ରତି ବ୍ୟକ୍ତିର ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବା ଉଚିତ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ପ୍ରତି ଯୋଗ ଶିକ୍ଷକ ଙ୍କୁ ପରିଚୟ ପତ୍ର ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ଜିଲ୍ଲା ଯୋଗ ସଂସ୍ଥାନ ର ସଭାପତି ମନୋଜ ପଣ୍ଡା ,, ଜିଲ୍ଲା ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସ୍ୱଚ୍ଛ ଭାରତ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ଶିବିର ରେ ଯୋଗ ଦେଇ ଆୟୋଜକ ଓ ପ୍ରଶିକ୍ଷକ ଙ୍କୁ ଉତ୍ସାହିତ କରିଥିଲେ l ବରିଷ୍ଟ ଯୋଗ ପ୍ରଶିକ୍ଷକ ତଥା ସାଧକ ଆର୍ତ୍ତତ୍ରାଣ ବାବୁ ଓ ଦୁର୍ଗା ଚରଣ ସାହୁ ଙ୍କୁ ଓଁ କାର ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।