-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2022
ସୁବର୍ଣ୍ଣପୁର - ଗତକାଲି ସୋନପୁର ସ୍ଥିତ ଶ୍ରୀ ସତ୍ୟସାଇ ସେବାସମିତି ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ର ମିଳିତ ସହଯୋଗରେ ଜିଲ୍ଲାର ଡୁଙ୍ଗୁରୀପାଲି ବ୍ଲକ ର ଅଇଁଲାସାରୀ ଗ୍ରାମଠାରେ ଏକ ମାଗଣା ଡାଇବେଟିସ ରେଟିନୋପାଥି ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଡୁଙ୍ଗୁରୀପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରୀପୁର ମହାନନ୍ଦ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ।ଏଥିରେ ସମୁଦାୟ ୧୦୭ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।ଏଥିରେ ୪୦ଜଣ ଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ସମସ୍ତଙ୍କୁ ଚକ୍ଷୁରେ ଅସ୍ତ୍ରୋପଚାର ପାଇଁ ରବିବାର ଦିନ ଧାର୍ଯ୍ୟ କରାଯାଇ ପଣ୍ଡାପାଲି ବୀରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟରେ ଭର୍ତ୍ତିପାଇଁ ପରାମର୍ଶ କରାଯାଇଛି।ଏଥିପାଇଁ ଅନୁଷ୍ଠାନ ର ବସଯୋଗେ ସମସ୍ତ ଙ୍କୁ ମହାନଦୀ ନେତ୍ର ଚିକିତ୍ସାଳୟ କୁ ନେବାପାଇଁ ଧାର୍ଯ୍ୟ ହୋଇଛି।ଏହି ଶିବିରରେ ୮ ଜଣଙ୍କୁ ଡଚଷମାପାଇଁ ପରାମର୍ଶ କରାଯାଇଛି। ଶିବିର ରେ ମହାନଦୀ ନେତ୍ର ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତର ଓ ଟେକନିସିଆନ୍ ଯୋଗଦେଇ ଥିବାବେଳେ ଶ୍ରୀ ସତ୍ୟସାଇ ସେବାସମିତିର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଗୁଣନିଧି ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ଉକ୍ତ ଗ୍ରାମର ସନତ ବଢେଇ,ତହସିଲ ଗଡ଼ତ୍ୟା,ଚୈତନ୍ୟ, ଗୋବିନ୍ଦ ପୁରୋହିତ, ପ୍ରସନ୍ନ ଗଡ଼ତ୍ୟା, ସୁରେଶ ନାଏକ,ସଦାନନ୍ଦ ଭୁଏ,ଘାସି ପଧାନ,ଗଣେଶ୍ୱର ପଧାନ, ଚଉବନ ଭୁଏ ଙ୍କ ସହ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।