-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2022
ଗୁଡଭେଲା/ତୁଷୁରା- ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଡାକରା କ୍ରମେ ଆଜି ଗୁଡଭେଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ହେମନ୍ତ କୁମାର ଦାଶଙ୍କ ନେତୃତ୍ବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ସାମର୍ଥଙ୍କୁ ପ୍ରଦାନ କରିଯାଇଥିଲା। ଦାବୀ ଗୁଡିକ ମଧ୍ୟରେ ପ୍ରଥମତଃ ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତିକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ଏବଂ ୨୦୦୧ ରୁ ଅଦ୍ୟାବଧି ଠିକାରେ କାମ କରିଥିବା କର୍ମଚାରୀଙ୍କ ନିଯୁକ୍ତିର ପ୍ରଥମ ତାରିଖ କୁ ଚାକିରୀରେ ଗଣନା କରିବା ସହ ୬ ଟି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରିବା, ଦ୍ବିତୀୟରେ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଓ ତୃତୀୟତଃ ପୁରୁଣା ପେନସନ୍ ଯୋଜନା ପୁନଃ ପ୍ରଚଳନ କରିବା ଆଦି ତିନୋଟି ଦାବୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ସାତ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆଗାମୀ ୨୭ ତାରଖ ଦିନ ଭୁବନେଶ୍ବର ଲୋୟର୍ ପିଏମଜି ଠାରେ ବିଶାଳ ଶିକ୍ଷକ ସମାବେଶ କରିଯିବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି।