-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ରାଜନୀତି

କଂଗ୍ରେସ ନେତା ନିରଞ୍ଜନ ଙ୍କ ତୀଵ୍ର ପ୍ରତିକ୍ରିୟା,ଆଲୋଚନା ପାଇଁ ସମୟ ନାହିଁ, ସାଧାରଣ ଙ୍କ କଥା ଶୁଣିବ କିଏ?

01-Dec-2020



ଭୁବନେଶ୍ୱର,(ଶୁଭାଶିଷ ମହାପାତ୍ର)- ଭାରତବର୍ଷର ସମ୍ବିଧାନ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଏବଂ ମହାନ ସମ୍ବିଧାନ ବୋଲି ସର୍ବଜନ ଆଦୃତ । ଗଣତନ୍ତ୍ର ସେତେବେଳେ ସୁଦୃଢ଼ ଯେତେବେଳେ ଗଣତାନ୍ତ୍ରିକ ମୁଲ୍ୟବୋଧ ପ୍ରତି ପ୍ରଗାଢ଼ ବିଶ୍ୱାସ ଏବଂ ନିଷ୍ଠା ରାଜନୈତିକ ଦଳ, ନେତୃବୃନ୍ଦ ତଥା ଗଣତନ୍ତ୍ରକୁ ସୁଦୃଢ଼ କରିବା ବ୍ୟବସ୍ଥାରେ ଜଡ଼ିତ ସମସ୍ତ ଅଂଶିଦାରମାନେ ଦାୟିତ୍ୱ ନିର୍ବାହ କରିବେ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ବିଜେପି ଉପରେ ବିଭିନ୍ନ ଘଟଣାକୁ ନେଇ ଖୁବ ବର୍ଷିଛନ୍ତି । ଆଜକୁ ୭୩ବର୍ଷ  ବିତିଗଲାଣି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବା କିନ୍ତୁ ଦୀର୍ଘ ଏହି କିଛି ବର୍ଷ ଓଡ଼ିଶାରେ ରାଜନୈତିକ ଦଳ ଏବଂ ନେତୃବୃନ୍ଦ ଯେନତେନ ପ୍ରକାରଣେ କ୍ଷମତା ଦଖଲ କରିବା ପାଇଁ ଲାଗିପଡ଼ିଛନ୍ତି । ଯଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହେବା ପରିବର୍ତେ ଆଜି ଗଣମାନଙ୍କ ସ୍ୱର ଦୁର୍ବଳ ହେବାରେ ଲାଗିଛି ଵୋଲି ନିରଞ୍ଜନ କହିଛନ୍ତି। 'ମୁଁ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିଦଳ ବା ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିବାକୁ ଚାହୁଁ ନାହିଁ । କିନ୍ତୁ ଯେଉଁମାନେ ଗଣକ ସ୍ୱରଙ୍କୁ ସମ୍ମାନ ଦେବାପାଇଁ ଏବଂ ସମ୍ବିଧାନପ୍ରତି ଉତରଦାୟି ସେମାନେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ସେମାନେ ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବାରେ ପ୍ରୟାସ କରିଛନ୍ତି କି ନା ସୁବିଧାବାଦୀ ରାଜନୀତିରେ ଫାଇଦା ନେଇ କ୍ଷମତା ଦଖଲ କରିବାରେ ବ୍ୟସ୍ତ ଅଛନ୍ତି । " ନିରଞ୍ଜନ କହିଛନ୍ତି କିଛିବର୍ଷ ଭିତରେ ଓଡ଼ିଶାରେ ମହିଳାମାନଙ୍କ ଅତ୍ୟାଚାର, ଛୋଟ ଶିଶୁମାନଙ୍କର ନିଖୋଜ, ହତ୍ୟା, ଚୋରୀ, ବ୍ୟାଙ୍କ ଡକାୟିତି ବହୁ ମାତ୍ରରେ ବୃଦ୍ଧି ପାଇଛି । ସରକାର ତଥ୍ୟ ଅନୁସାରେ ଓଡ଼ିଶାର ୨୩୧୮୩ ମହିଳାଙ୍କ ପ୍ରତି ଗୁରୁତ୍ୱର ଅତ୍ୟାଚାର କରାଯାଇଛି । ୭୦୧୨ ଜଣ ଶିଶୁଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମର ଶିକାର ହୋଇଛନ୍ତି । ୫୫୦୩ ଅଳ୍ପ ବୟସ୍କା ବାଳିକା ନିଖୋଜ ଅଛନ୍ତି ବୋଲି ସେ କହିଛନ୍ତିସରକାର ବିଧାନସଭା ଚାଲୁ ବୋଲି ଚାହାଁନ୍ତିକି । ତେଣୁ ଗଣତନ୍ତ୍ର କିଭିଳି ସୁଦୃଢ଼ ହେବ ଗଣଙ୍କ ସ୍ୱର ଉତୋଳନ କରିବା ବିଧାନସଭା ଭଳି ପବିତ୍ର  ମନ୍ଦିରରେ ତାଲା କାହିଁକି? ଏଥିପାଇଁ ଗୃହର ନେତା ଖୁଦ୍ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନେବେ କି ନାହିଁ । କଂଗ୍ରେସ ମ୍ୟାନେଜ ହୋଇଗଲା ବୋଲି ବିଜେପି ଯେଉଁ ଅଭିଯୋଗ କରିଛି ତାର ଉତର ରଖି ଶ୍ରୀ ପଟ୍ଟନାୟକ କହିଲେ, କଂଗ୍ରେସ ଦଳ ପରୀ ନିଖୋଜ ଏବଂ ତାର ଶବମିଳିବା ଠାରୁ କଂଗ୍ରେସ ଦଳ ନୟାଗଡ଼ ପୋଲିସକୁ ଭେଟିବା ଏବଂ ନୟାଗଡ଼ର ସମସ୍ତ ବିଧାୟକଙ୍କୁ ଚିଠିଲେଖିବା, ପୋଲିସ୍ ଡିଜିଙ୍କୁ ଭେଟିବା ମେମୋରେଣ୍ଡମ ଦେବା ଏବଂ ମାନବିକ ଅଧିକାର କମିଶନଙ୍କ ପାଖରେ ଫେରାଦ ହେବା କାର୍ଯ୍ୟ କରିସାରିଛି ।ଜୁଲାଇ ମାସ ୨୧ ତାରିଖ ଠାରୁ ଆଜିପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପରୀକୁ ଏବଂ ତାର ପରିବାରକୁ ନ୍ୟାୟଦେବା ପାଇଁ ଆନ୍ଦୋଳନ କରି ଚାଲିଛି ତେଣୁ କଂଗ୍ରେସ ଦଳ ଚୁପ ରହିଲା କେଉଁଠୁ ? ଭାରତୀୟ ଜନତାପାର୍ଟି ଆଜକୁ ୪ମାସ କାଳ ଥିଲା କେଉଁଠି? ନୟାଗଡ଼ ଜିଲ୍ଲାରେ ବା ଓଡ଼ିଶାରେ କେଉଁ ସ୍ଥାନରେ ଆନ୍ଦୋଳନ କରିଛନ୍ତି ଓଡ଼ିଶାବାସୀ କେହି ଦେଖିଛନ୍ତିକି? ପରୀର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାପାଇଁ ଉଦ୍ୟମ କରିବା ପରେ ନଭେମ୍ବର ମାସ ୨୭ ତାରିଖରେ ପ୍ରଥମ ଆନ୍ଦୋଳନ କଲେ ।  ତେଣୁ ଏ ଦୀର୍ଘଦିନ ଧରି କିଏ ମ୍ୟାନେଜ ହୋଇଥିଲା ଏବଂ କାହିଁକି ହୋଇଥିଲା ? ବିଧାନସଭାରେ କଂଗ୍ରେସ ଦଳ ଏସଆଇଟି ଏବଂ ଏହାକୁ ଜଣେ ଓଡ଼ିଶା ହାଇକୋର୍ଟର କିନ୍ତୁ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । କଂଗ୍ରେସ ଦଳ ସେତେବେଳେ ସହିତ ନୟାଗଡ଼ ଜିଲ୍ଲାର ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା । କିନ୍ତୁ ଏସଆଇଟି ଓ ଓଡ଼ିଶା ହାଇକୋର୍ଟ ସିଂଟି ଜର୍ଜଙ୍କ ତତ୍ୱାବଧାନରେ ତଦନ୍ତ ଦାବି ସରକାର ମାନିଲେ ଏବଂ ଓଡ଼ିଶା ଉଚ୍ଚନ୍ୟାୟଳୟର ରେଜିଷ୍ଟରଙ୍କୁ ଚିଠି ଲେଖିଲେ । କଂଗ୍ରେସ ଦଳ କୃଷକମାନଙ୍କ ସମସ୍ୟା, ବେକାରୀ ସମସ୍ୟା, ଶ୍ରମିକ ସମସ୍ୟା, ଶିକ୍ଷା ସମସ୍ୟା ଏ ସମସ୍ତ ବିଷୟରେ ଆଲୋଚନା କରିବାପାଇଁ ପସ୍ତୁତ ବି ହେଲା, କିନ୍ତୁ ଦୁଃଖର କଥା ବିଜେପି ସିବିଆଇ ତଦନ୍ତ ଦାବି କରିବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବି କରୁଥିଲା ।

ଓଡ଼ିଶାରେ ୧୮-୧୯ଟି ଘଟଣାରେ ସିବିଆଇ ଦୀର୍ଘଦିନ ଧରି ତଦନ୍ତ କରୁଛି ତାହାର ଫଳାଫଳ ଆଜିପର୍ଯ୍ୟନ୍ତ ଜଣାପଡିଲା ନାହିଁ । ତେଣୁ ପରୀର ପରିବାରକୁ ସିବିଆଇ ତଦନ୍ତ ଦ୍ୱାରା ଶୀଘ୍ର ନ୍ୟାୟପ୍ରଦାନ କରାଯାଇ ପାରିଥାନ୍ତା କି? ଦୀର୍ଘ ୨୦ବର୍ଷ ଭିତରେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ଗଟଣା ଘଟିଛି କିନ୍ତୁ କେବେ କେହି ଦେଖିଛନ୍ତି କି ଭାରତୀୟ ଜନତାପାଟି ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିବାର । କେନ୍ଦ୍ରର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ଜନବିରୋଧି ଆଇନକୁ ଅନ୍ଧଭାବରେ ନବୀନ ବାବୁଙ୍କ ସରକାର ସମର୍ଥନ ଦେଇଛନ୍ତି । ନିଜ ଦଳରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନଥାଇ କିଭଳି ଭାବରେ ରାଜ୍ୟ ସଭା ଭାରତୀୟ ଜନତାପାଟି ହାତେଇ ପାରିଲା ଏହା କଣ ଓଡ଼ିଶାବାସୀ ଜାଣନ୍ତି ନାହିଁ । ବାଲେଶ୍ୱର ନିର୍ବାଚନରେ ହାରିବା ପରେ ନିଜର ସ୍ଥିତି ଏବଂ ମୁହଁ ବଂଚାଇବା ପାଇଁ ଏବେ ଏକ ନୂଆ ନାଟକ କରୁଛନ୍ତି ନିରଞ୍ଜନ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like