-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
ବଲାଙ୍ଗୀର, (ପ୍ରେରଣା ଖବର) :ବ୍ୟାପକ ସଚେତନତା ହିଁ ସୁରକ୍ଷା ଏଣୁ ପ୍ରତିବର୍ଷ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷର କେବଳ ଅନ ଲାଇନ ରେ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଇଥିଲା । ଯାହା କି ସାଧାରଣ ରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ ନେଇ ପ୍ରେରଣା ରେ ଖବର ପ୍ରକାଶନ ପରେ ତୁରନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଏଡ୍ସ ସଚେତନତା ନେଇ ଏକ ତରବରିଆ ଭାବେ ଏହି ଦିବସ ପାଳନ କରାଯାଇଛି । ସେହିପରି କିଛି କର୍ମକର୍ତ୍ତା ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’ ବୋଲି ଏକ ଥିମ ଆରମ୍ଭ କରାଯାଇଥିବା ସୂଚନା ଦେବା ସହ ଏକ ସଚେତନତା ରଥ ନିର୍ମାଣ କରାଯାଇଥିଲା। ଏଚ୍ଆଇଭି ବା ଏଡ୍ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ତରବରିଆ ଭାବେ ବିଶ୍ୱ ଏଡ୍ସ ଦିବସ ଅବସରରେ ବଲାଙ୍ଗିର ଜ଼ୀଲ୍ଲା ପ୍ରଶାସନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜ଼ୀଲ୍ଲାପାଳ ଚଞ୍ଚଳ ରାଣା ଓ ଜ଼ୀଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସମେତ ଅନେକ ଓ ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ପ୍ରାରମ୍ଭରୁ କେବଳ ଅନ ଲାଇନ ଜରିଆରେ ଦିବସ ସମାପନ କରି ସାରିଥିବା ବେଳେ ପୁନଃ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।