-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ପୋଟସ ଏସୋସିଏସନ ପକ୍ଷରୁ ସ୍ଥାନୀୟ କଲେଜ ପଡିଆରେ ଆୟୋଜିତ ହେଉଥିବା ଦ୍ୱିଦିବସୀୟ ୨୫ତମ ରାଜ୍ୟ ସ୍ତରୀୟ ଉଲୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି । ଫାଇନାଲ ଖେଲରେ ମହାବୀର ସ୍ପୋଟିଂ କୁଚିଣ୍ଡା ଦଳ ମାଁ ପରମେଶ୍ୱରୀ ସ୍ପୋଟିଂକୁ ୩-୦ ଗୋଲରେ ପରାସ୍ତ କରି ଚାମ୍ପିଅନ ହୋଇଛି । ଏହା ପୁର୍ବରୁ ଖେଲାଯାଇଥିବା ପ୍ରଥମ ସେମିରେ କୁଚିଣ୍ଡା ଦଳ ରାମଧୁନ କ୍ଲବ ସୋନପୁରକୁ ୫-୪ଗୋଲରେ ଏବଂ ଦ୍ୱିତୀୟ ସେମିରେ ପରମେଶ୍ୱରୀ ସ୍ପୋଟିଂ ଉଲୁଣ୍ଡା ଏସଆର ସ୍ପଟିଂକୁ ଟ୍ରାଇବ୍ରେକର ଜରିଆରେ ୬-୫ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଆଜିର ଖେଲ ସବୁକୁ ଜିତେନ୍ଦ୍ର ଥନାପତୀ, ସଶିକାନ୍ତ ଦାସିଆ, ସଲିଲ ବେହେରା, ରୁଶନ ଖାନ, ଅରୁଣ ଭୋଇ, ଲିଙ୍ଗରାଜ ପଧାନ ଓ ପ୍ରଶାନ୍ତ ସେଠୀ ପରିଚାଲାନ କରିଥିଲେ । ଏହି ଅବଶରରେ ଆୟୋଜକ ସଭାପତି ମଂଜିତ ଆଚାର୍ଯ୍ୟଙ୍କ ସଂଯୋଜନାରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବକୁ ଅତିଥି ଭାବରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସରପଂଚ ଦେବଦତ ପର୍ଡୀଆ, ସନାତକ ମହାଲିକ, ଅଶୋକ ପଣ୍ଡା, ରାମକୁମାର ସାହୁ, ହାରାଧନ ବେହେରା, ଦୁର୍ଯୋଧନ ପର୍ଡୀଆ, କେଶନ ଜଗଦଲା, ପ୍ରଦୀପ ଦେହେରୀ ପ୍ରମୁଖ ଯୋଗଦେଇ ବିଜୟୀ କୁଚିଣ୍ଡା ଦଳକୁ ଟ୍ରଫିସହ ନଗଦ ୫୦ ହଜାର ଏବଂ ଉପବିଜେତା ପରମେଶ୍ୱରୀ ସ୍ପୋଟିଂକୁ ଟ୍ରଫିସହ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ ମ୍ୟାନ ଅଫଦି ଫାଇନାଲ ଭାବରେ ରଘୁ ମାରାଣ୍ଡି ,ମେନ ଅଫଦି ସିରଜ ଭାବରେ ଶ୍ରିକାନ୍ତ ଭୋଇ, ବେଷ୍ଟ ଗୋଲକିପର ଭାବରେ ଆଲୋକ ଏକ୍କାଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜକ ସଂପାଦକ ପ୍ରମୋଦ ପାଳଙ୍କ ନେତୃତ୍ୱରେ ଅଭିଲାଷ ନାଏକ, କୋଷାଧ୍ୟକ୍ଷ ନବକିଶୋର ମହାକୁରଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଂଟ ପରିଚାଲନରେ ସହଯୋଗ କରିଥିଲେ ।