-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ବଲାଙ୍ଗିର(ପ୍ରେରଣା ଖବର) ଗତକାଲି ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ଆୟୋଜିତ ଏକ ସାଧାରଣ ପରିଷଦ ବୈଠକରେ ନୂତନ ରୂପେ ଜିଲ୍ଲା ସ୍ତରୀୟ ସମନ୍ୱୟ ସମିତି ଗଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତିକ୍ରମେ ଜିଲ୍ଲାରେ ଥିବା ୫ଟି ବିଧାନସଭା ମଣ୍ଡଳୀରୁ ସମ୍ପୃକ୍ତ ନାଗରିକ କମିଟିର ପ୍ରତିନିଧିମାନଙ୍କୁ ନେଇ ଏକ ୧୦ ଜଣିଆ ସଦସ୍ୟ ବିଶିଷ୍ଟ ସମନ୍ୱୟ ସମିତି ଗଠିତ ହୋଇଯାଇଛି । ଗତକାଲି ସ୍ଥାନୀୟ କଦଳିମୁଣ୍ଡା ନର୍ସରୀ ଠାରେ ସଭାପତି ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭାରେ ଟିଟିଲାଗଡ, ପାଟଣାଗଡ, ଆଗଲପୁର ଓ ତୁଷୁରlର ନାଗରିକ କମିଟିର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସାଧାରଣ ସଂପାଦକ
ମନୋରଂଜନ ସାହୁଙ୍କ ସଂଯୋଜନାରେ ଓ ସହସଂପାଦକ ଡା. ଚକ୍ରପାଣି ଦାଶଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନର ଆୟୋଜନ ହୋଇଥିଲା । ଏଥିରେ ବଲାଙ୍ଗିର ନାଗରିକ କମିଟିର ପୂର୍ବତନ ସଭାପତି ପ୍ରଫେସର ମଧୁସୁଦନ ପତି ଓ ବିକ୍ରମ ବହିଦାର ଯୋଗ ଦେଇ ଜାତୀୟ ଓ ଦେଶ ଗଠନରେ ନାଗରିକ କମିଟିର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଟିଟିଲାଗଡ ନାଗରିକ କମିଟିର ସଭାପତି ରାଧାକାନ୍ତ ପାଢୀ, ସଂପାଦକ ଦିପକ ସମାଦର, ସଂଗଠନ ସଂପାଦକ ମନୋଜ ହାତି, ଆଗଲପୁର ସଂପାଦକ ପ୍ରମୋଦ ଭୋଇ, ପାଟଣାଗଡ ନାଗରିକ କମିଟିର ସଭାପତି ଘନଶ୍ୟାମ ମେହେର, ସବ୍ୟସାଚି ମାଝି, ଅଜିତ କୁମାର ପୁରୋହିତ, ତ୍ରିନାଥ ଯୋଷୀ, ଦୀପକ ସମାଦାର,
ସଂଗଠନ ସଂପାଦକ ମନୋଜ ହାତି, ଆଗଲପୁର ସଂପାଦକ ପ୍ରମୋଦ ଭୋଇ, ପାଟଣାଗଡ ନାଗରିକ କମିଟିର ସଭାପତି ଘନଶ୍ୟାମ ମେହେର, ସବ୍ୟସାଚି ମାଝି, ଅଜିତ କୁମାର ପୁରୋହିତ, ତ୍ରିନାଥ ଯୋଷୀ, ବିଜୟାନନ୍ଦ ଦାଶ ଓ ଦିପକ ଖମାରି ସହ ବଲାଙ୍ଗିର ର ପଙ୍କଜିନି ପଣ୍ଡା, ଧର୍ମବ୍ରତ ରଥ, ଗୋପଭୂଷଣ ନାଥ, ନରେଶ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନୂତନ ଜିଲ୍ଲାସ୍ତରୀୟ କମିଟି ଗଠନ ଫଳରେ ସଂଗଠନ ସୁଦୃଢ ହୋଇ ଜିଲ୍ଲାସ୍ତରୀୟ ବିଭିନ୍ନ ସମସ୍ୟା ଉତ୍ଥାପନ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ବନ୍ଧୁମିଳନ ଓ ବୈଠକର ଆୟୋଜନରେ ଦିବାକର ହୋତା, ଆର୍ତ୍ତତ୍ରାଣ ମିଶ୍ର, ପୀତବାସ ପଣ୍ଡା, ଦୁର୍ଗା ପ୍ରଶନ୍ନ ଛୁରିଆ, ଶ୍ରୀକାନ୍ତ ଶର୍ମା, ଅକ୍ଷୟ ଭ୍ରମର, ସଂଗ୍ରାମ ବହିଦାର, ରଘୁ ନନ୍ଦନ ସିଂହ ଓ ଅନ୍ୟାନ୍ୟ ସଭ୍ୟମାନେ ସହଯୋଗ କରିଥିଲେ ।