-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ବଲାଙ୍ଗୀର(ପ୍ରେରଣା ଖବର)ବଲାଙ୍ଗୀର ମାଲପଡାର ଶିକ୍ଷାବିଦ ସ୍ୱର୍ଗତ ତ୍ରୀନାଥ ରଥଙ୍କ ଧର୍ମପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୟଶ୍ରୀ ଷଢଙ୍ଗୀଙ୍କର ଗତକାଲି ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିଲେ । ଜୟଶ୍ରୀ ସମ୍ବଲପୁର ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀପରିବାରର ସ୍ୱର୍ଗତ ଶ୍ୟାମସୁନ୍ଦର ପାଣିଗ୍ରାହୀ ଓ ହୀରାବତୀ ପାଣିଗ୍ରାହୀଙ୍କ କନିଷ୍ଠାକନ୍ୟା ଥିଲେ । ସେ ତାଙ୍କ ଜୀବନକାଳରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲରେ ଶିକ୍ଷୟିତ୍ରୀ ରହି ହଜାର ହଜାର ଛାତ୍ରଛାତ୍ରୀଙ୍କ ଜୀବନଗଢିବାରେ ସହାୟକ ହୋଇଥିଲେ । ଗତକାଲି ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପୁଅ ଆଶିଷ କର,ପୁତ୍ରବଧୁ ମଧୁଛନ୍ଦା କର,ଭାଇ ଶଶିକାନ୍ତ,ଝିଅ ବିଦ୍ୟୁତରେଖା,ଜ୍ୱାଇଁ ରମେଶ ନାଇଡୁ,ନାତି ଓ ନାତୁଣୀ ମାନେ ଉପସ୍ଥିତ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ଖବର ପରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଥିଲା ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଲପଡା ସ୍ଥିତ ଘରକୁ ଆସି ଶେଷଦର୍ଶନ କରିଥିଲେ । ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଓ ପୁଅ ଆଶିଷ ମୁଖାଗ୍ନୀ ଦେଇଥିଲେ ।