-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ବଲାଙ୍ଗିର,ତ - ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲର ଛାତ୍ର ଛାତ୍ରୀମାନେ ଗତ ମେ ମାସରେ ଗୋଆର ସାଗ କମ୍ପାଲ ଇଣ୍ଡୋର ଷ୍ଟଡିୟମ ଓ ଗତ ଅକ୍ଟୋବର ମାସର ଚିନ୍ନାଇ ର ଆଇସିଏଫ୍ ପାଲାନିସାମି ଇନ୍ଡୋର ଷ୍ଟଡିୟମରେ ଅନୁଷ୍ଠିତ ହୋଇଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରି ବଲାଙ୍ଗିର ଜିଲ୍ଲାକୁ ଗୌରାବନ୍ୱିତ କରିଛନ୍ତି । ଏହି ଅବସରରେ ଆଜି ପିପି ଏକାଡେମୀ ହାଇସ୍କୁଲରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କରାଟେ ଅର୍ଗାନାଇଜେସନର ସାଧାରଣ ସଂପାଦକ ତଥା କରାଟେ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୌର
ପାଳିକା ଅଧ୍ୟକ୍ଷା ଲିକା ସାହୁ ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇପିଇ ଅନ୍ତର୍ଯ୍ୟାମି ବିଶ୍ୱାଲ ଓ ପିପି ଏକାଡେମୀ ସ୍କୁଲ ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଆଗାମୀ ଦିନରେ ଏହି କରାଟେ ଅର୍ଗାନାଇଜେନ ପାଇଁ ନିଜସ୍ୱ ହଲର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମନପ୍ରୀତ କୌର ପରିଚାଳନା କରିଥିଲେ ।