-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ବଙ୍ଗୋମୁଣ୍ଡା (ଅନୀଲ କୁମାର ତ୍ରିପାଠୀ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଜୟ ମାଁ ଦ୍ୱାରସେହ୍ନୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେ ପରିଣତ କରିବା ପାଇଁ ସମ୍ମିଳିତ ଉଦ୍ୟମ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ଶିଶୁମାନଙ୍କର ବିକାଶ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ
ମାନଙ୍କ ଉତ୍ସର୍ଗୀକୃତ ମନୋଭାବ କୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଥିଲା । ଓଡିଶା ପ୍ରଶାସନିକ ସେବା ରେ ସଫଳତା ହାସଲ କରିଥିବା ଶିକ୍ଷକ ସରଜୁ କୁମାର ବାଗଙ୍କ ପୁତ୍ରୀ ସୁଶ୍ରୀ ସ୍ମୃତିରେଖା ବାଗଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଦ୍ୟାଭୂଷଣ ନାଏକ ସଭାରେ ସଭାପତିତ୍ବ କରିଥିବା ବେଳେ ବିଦ୍ୟାଳୟ ପ୍ରତିଷ୍ଠାତା ଅନିଲ ଜୈନ , ପରିଚାଳନା ସମିତିର ସଦସ୍ୟ ନରେନ୍ଦ୍ର ସାହୁ ,
ଆଲୋକ ସାହୁ , ଉପଦେଷ୍ଟା ଗଣପତି ସାହୁ , ନାଗରିକ କମିଟି ସଭାପତି ସୁରିୟା ସାହୁ , ସାମ୍ବାଦିକ ଦିନେଶ ଜୈନ , ସମାଜସେବୀ ଅନିଲ ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନିତେଶ କୁମାର ସାହୁ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ମାନସ ସାହୁ , ଟିକେରାଜ ସାହୁ , ଟଙ୍କଧର ସାହୁ , ଶିକ୍ଷୟିତ୍ରୀ ମଧୁ ଛୁରା , ସୁଜାତା ସିହ୍ନା , ସୌଭାଗ୍ୟ ସାହୁ , ପ୍ରତିମା ଷଡଙ୍ଗୀ , ସସ୍ମିତା ନାଗ ପ୍ରମୁଖ ସହଯୋଗ କରିଥିଲେ ।