-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
03-Nov-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପୁରସ୍କାର ବିତରଣ ସଭାରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ବିଡ଼ିଓ ସୁଚରିତା ମୁଗ୍ରୀ, ତହସିଲଦାର ମିଳନ କୁମାର ଝାଙ୍କର,ଏବିଇଓ ସହଦେଵ ସୁନା,ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଧାନ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଏସବିଆଇ ଶାଖା ପରିଚାଳକ ରାଜେଶ କୁମାର ହିଆଲ ପ୍ରମୁଖ ଯୋଗ ଦେଇ ସୁରଭି କାର୍ଯ୍ୟକ୍ରମ ଦ୍ଵାରା ପ୍ରତିଭା ଗୁଡିକ ଲୋକ ଲୋଚନ କୁ ଆସୁଛି ବୋଲି ମତ ପ୍ରକାଶ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ପାଠି, କ୍ଷୀରୋଦ ବଡ଼ମାଲି, ପ୍ରଦୀପ କୁମାର ବେହେରା, ମନୋଜ ସାହୁ,ହେମନ୍ତ ନାଏକ, ମକର୍ଧ୍ୱଜ ବାଗ,ସୋମନାଥ ସାହୁ,ଅନ୍ତର୍ଯ୍ୟାମୀ ମଲ୍ଲିକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି ସହଯୋଗ କରିଥିବା ବେଳେ ଶିକ୍ଷକ ଉଜ୍ଜ୍ୱଳ କୁମାର ସାହୁ ,ଦୁର୍ଗା ପ୍ରସାଦ ସାହୁ ସଂଯୋଜନା କରିଥିଲେ।ଠିକ ସେହିପରି ନୃତ୍ୟ ପ୍ରତିଯୋଗିତାରେ ରଘୁ ରାଜ୍ ସାହୁ,ଭାଗିରଥି ଷଡଙ୍ଗୀ, ତରୁଣ ସେନ ଭୋଇ ବିଚାରକ ଭାବେ ଦାୟିତ୍ୱ ତୁଲେଇଥିଲେ।