-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
03-Nov-2022
ନାକଟିଦେଉଳ(କନ୍ଦର୍ପ ବେହେରା) -ପାରିବାରିକ କଳହରୁ ସାଲେଭଟା ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି l
ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ,ନାକଟିଦେଉଳ ଥାନା
ସାଲେଭଟା ଗ୍ରାମର ହ୍ରୁଷିକେଶ କିସାନ ଏବଂ ପତ୍ନୀ ବାଇଗଣୀ କିସାନ୍ ମଧ୍ୟରେ ବହୁ ବର୍ଷ ହେଲା ପାରିବାରିକ ଗଣ୍ଡଗୋଳ ଲାଗିରହିଥିଲା ା କୋର୍ଟ ରେ ମଧ୍ୟ ମାମଲା ରହିଥିଲା ା ୬ ବର୍ଷ ହେଲା ପତି ପତ୍ନୀ ଏକାଠି ରହୁଥିଲେ ହେଲେ ପାରିବାରିକ ଅଶାନ୍ତି ଲାଗି ରହିଥିଲା ା ଗତ କାଲି ସ୍ବାମୀ ହ୍ରୁଷି କେଶ ମାଡ ମାରିଥିବା ବେଳେ ରାଗରେ ପତ୍ନୀ ସାଲେଭଟା ନିକଟସ୍ଥ ଭାଇ
ତଇଳା ନାଳ ପାଖରେ ଆତ୍ମହତ୍ୟା କରିଥିବା ପୋଲିସ୍ ପ୍ରକାଶ କରିଛି ା ଏହା ଆତ୍ମ ହତ୍ୟା ନା ହତ୍ୟା କରାଯାଇଛି ତାହା ସନ୍ଦେହ ସ୍ରୁଷ୍ଟି କରିଛି ା ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଛି ା ସେ ପଟେ ପୋଲିସ୍ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ା ମ୍ରୁତକର ୩ ପୁଅ ଏବଂ ଜଣେ ଝିଅ ବିବାହ କରି ସାରିଛନ୍ତି ା