-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ମିଛକହି ମୁକୁଳିଲେ  : ମିଳିମିଶି ଚାପିଦେଲେ  !

02-Nov-2022



ପାଟଣାଗଡ   ଗତମାସରେ ପାଟଣାଗଡ ରେଞ୍ଜ ଅନ୍ତର୍ଗତ ବାନ୍ଧନମାଲ ଓ ଖୁଲାଗଡ ଗ୍ରାମର ବିଭାଗୀୟ ମନରେଗା କାମର ଦୀର୍ଘ ୯ ମାସ ପରେ ଲକ୍ଷାଧିକ ଟଙ୍କାର ହଡପ ମଜୁରୀ ଦାବିରେ ବାନ୍ଧନମାଲ ଗ୍ରାମରେ ଗ୍ରାମବାସୀମାନେ ଅଟକ ରଖିଥିବା ପାଟଣାଗଡ ରେଞ୍ଜରଙ୍କ ସମେତ ୬ ଜଣ ବନକର୍ମଚାରୀଙ୍କୁ ଲରମ୍ଭା ଥାନାଧିକାରୀ ଓ ବଲାଙ୍ଗୀର ଡିଏଫଓଙ୍କ ୭ ଦିନ ମଧ୍ୟରେ ଦିଆଯିବାର ପ୍ରତିଶ୍ରୁତି ପରେ ଛାଡିଥିଲେ । ତେବେ ଘଟଣାର ମାସାଧିକକାଳ ପରେ ବି ଏସମ୍ପର୍କରେ କୌଣସି ସମାଧାନ ହୋଇପାରି ନାହିଁ । 

ପ୍ରକାଶଯୋଗ୍ୟ ଯେ , ଗତ ଜାନୁଆରୀମାସରେ  ପ୍ରାୟ ୬୦ ଲକ୍ଷ ଟଙ୍କାର ଏହି ପ୍ରକଳ୍ପରୁ ଅଧିକାଂଶ ଟଙ୍କା କାମ କରାଯାଇଥିବା ଦର୍ଶାଯାଇ ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ଅନ୍ ଲାଇନ୍ ରେ ମଜୁରୀ ଉଠାଇ ନିଆଯାଇଛି । କାମ କରିଥିବା ଶ୍ରମିକମାନେ ବହୁବାର ଉପରିସ୍ଥ ଅଧିକାରୀଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହୋଇ ପଡିଥିଲେ ହେଁ , କେହି ଶୁଣୁ ନଥିଲେ । କେବଳ ଏହି ଅଞ୍ଚଳର ଦାୟିତ୍ୱରେ ଥିବା ଜଣେ ମହିଳା ବନରକ୍ଷୀ କାମ କରି ନଥିବା କେତେକଙ୍କ ଆକାଉଣ୍ଟ୍ ରୁ ପ୍ରାୟ ଦେଢଲକ୍ଷ ଟଙ୍କା ଉଠାଇ ପ୍ରକୃତରେ କାମ କରିଥିବା ଶ୍ରମିକଙ୍କୁ ଦେଇଥିବା କୁହାଯାଇଥିଲା ।  ତେବେ ଏପରି ଜାଲିଆତିର କାରଣ କ'ଣ ଜଣାପଡି ନଥିଲେ ହେଁ , ଶ୍ରମିକମାନଙ୍କର ଜବ୍ କାର୍ଡ ନଥିବା ଦର୍ଶାଇ କିଛି ମିଛଶ୍ରମିକଙ୍କର ଲୋକଙ୍କର ଜବ୍ କାର୍ଡରେ ଟଙ୍କା ପକାଯାଇ ବିଲ୍ ପ୍ରଦାନ କରାଯାଇ ଆସୁଛି । ଏଥିରେ ସ୍ଥାନୀୟ କିଓସ୍କ , ଗ୍ରାମ୍ୟ ବ୍ୟାଙ୍କଶାଖାମାନଙ୍କର ସମ୍ପୃକ୍ତି ରହୁଛି । ଏହିପରି ଭାବରେ ଏଠାରେ ଚାଲିଥିବା ପ୍ରକଳ୍ପର ପ୍ରାୟ ସାଢେ ୯ ଲକ୍ଷରୁ ଉର୍ଦ୍ଧ୍ବଟଙ୍କାର ଜାଲିଆତି କରାଯାଇଛି । ପାଟଣାଗଡ ଥାନାର ଜଣେ ପୁଲିସ୍ ଡ୍ରାଇଭର୍ ଙ୍କର ଦ୍ବିତୀୟ ପତ୍ନୀ କୁହାଯାଉଥିବା ଏହି ମହିଳା ବନରକ୍ଷୀ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଏଭଳି ନିଆଁଗିଳା କାମ କରୁଥିବା ଚର୍ଚ୍ଚା ହେଉଛି । ସେହି ସମୟରେ ହୋଇଥିବା ଏହି ଅନିୟମିତତାକୁ ଘଣ୍ଟ ଘୋଡେଇବାକୁ ସୋନପୁର ଡିଭିଜନର ଯୁଗ୍ମଦାୟିତ୍ୱରେ ରହିଥିବା ବଲାଙ୍ଗୀର ଡିଏଫ ଓ ନୀତିଶକୁମାର ତତ୍କାଳୀନ ରେଞ୍ଜର ଦିଲିପ ନାଏକଙ୍କୁ ସୋନପୁର ଜିଲ୍ଲାର ଉଲୁଣ୍ଡାକୁ ବଦଳି କରିଦେବା ସହ ଉକ୍ତ ମହିଳା ବନରକ୍ଷୀଙ୍କୁ ଖପ୍ରାଖୋଲକୁ ବଦଳି କରିଦିଆଯାଇ ଥିଲେ ହେଁ , ଅଦ୍ୟାବଧି ତାଙ୍କୁ ଏଠାରୁ ରିଲିଭ୍ କରା ନଯାଇ କେଉଁ କାରଣରୁ ଏବର ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି ତାଙ୍କୁ ତଥାପି ଛାଡୁ ନଥିବା ଜଣାଯାଇନାହିଁ । ଏଣୁ ଏଭଳି ଜାଲିଆତିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତେ ଜଡିତ ରହିଥିବା ସ୍ପଷ୍ଟ । ୭ ଦିନ ମଧ୍ୟରେ ଏହି ଗ୍ରାମର ପ୍ରାୟ ୬୦ ରୁ ୭୦ ଜଣ ଶ୍ରମିକଙ୍କର ବକେୟା ମଜୁରୀ ଦିଆଯିବାକୁ ପୁଲିସ୍ ଓ ଫୋନ୍ ରେ ଡିଏଫଓଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ମାମଲାକୁ ଚପାଇ ଦିଆଯାଇଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ , ଏହାର ସପ୍ତାହେ ଖଣ୍ଡେ ପରେ ଗତମାସ ୨୮ ତାରିଖରେ ଏହି ରେଞ୍ଜ୍ ର ପରୁଆଭାଡି ବିଟ୍ ର ବନରକ୍ଷୀ ଲକ୍ଷ୍ମୀ ନାରାୟଣ ସ୍ବାଇଁ ରେଞ୍ଜ ଅଫିସ୍ ପରିସରସ୍ଥ ତାଙ୍କ ସରକାରୀ କ୍ବାର୍ଟରରେ  ମଷ୍ଟରରୋଲ୍ ପ୍ରସ୍ତୁତ କରିଦେବାକୁ ଜଣେ ଶ୍ରମିକପ୍ରତିନିଧିଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like