-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ସହର ଭୁତାପଡା ମା' ମଙ୍ଗଳାଙ୍କ ମନ୍ଦିରରେ ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ବୁଧବାର ଅଁଳା ନବମୀ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଆଜି ମଁI ମଙ୍ଗଳାଙ୍କ ପୀଠେ ଅଁଳା ନବମୀ ପୂଜା ସହିତ ଚଣ୍ଡୀପାଠ ଓ ହୋମ ଅନୁଷ୍ଠିତ ହୋଇଥିଲା I ଏହି ପୂଜନୋତ୍ସବରେ ସହରର ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା ଓ ପଣ୍ଡିତ ବଂଶୀ ଧର ମିଶ୍ର, ପ୍ରଣବ କୁମାର ମିଶ୍ର, ଦିଶାଙ୍କ ତ୍ରିପାଠୀ, ଅଭିଳାଷ ମିଶ୍ର ପୂଜା କାର୍ଯ୍ୟ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ସରୋଜ ସାହୁ, କଳ୍ପତରୁ ବେହେରା, ରସାନନ୍ଦ ବେହେରା, ସୁଶାନ୍ତ ମହାପାତ୍ର, ରମାକାନ୍ତ ଜେନା, ରାଜ କିଶୋର ନାୟକ, ସାଧବ ପ୍ରଧାନ, ବିଛନ୍ଦ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I