-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Nov-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଆତ୍ମା ସଭାଗୃହ ଠାରେ ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ର ବୈଠକ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ଲାମୁଣ୍ଡା ଆତ୍ମା ଆବାହକ ଦାୟିତ୍ୱ ରେ କେସିଙ୍ଗା ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଅଧିକାରୀ ଅରୁଣ କୁମାର ସାହୁ, ଭାରପ୍ରାପ୍ତ କୃଷି ଅଧିକାରୀ ଅରୁଣ ଚନ୍ଦ୍ର ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ମୃତ୍ତିକା ସରଙ୍ଖନ ବିଭାଗ ପ୍ରକଳ୍ପ ସହାୟକ ଶିଶିର କୁମାର ପାଣିଗ୍ରାହୀ,ଏଟିଏମ୍ ଶ୍ୟାମ ପଦ ଭଞ୍ଜ,ମିଳନ କୁମାର ଗୋଛାୟତ, ଓଁମ ପ୍ରକାଶ ମିଶ୍ର, ପ୍ରମୁଖ ଯୋଗ ଦେଇ ୨୦୨୨-୨୩ ଆର୍ଥିକ ବର୍ଷ ର ବ୍ୟୟ ବରାଦ ସହିତ ଖର୍ଚ୍ଚ ଅଟକଲ ପ୍ରସ୍ତୁତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ କୃଷକ ପରାମର୍ଶ କମିଟି ର ସଭ୍ୟ ତଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ରୁ ପ୍ରଦୀପ କୁମାର ସାହୁ, ନନ୍ଦି କିଶୋର ଭୋଇ, ଦୟା ମାଝୀ, ପ୍ରମୋଦ ସାହୁ,ବଳଦେବ ଭୋଇ, ଚନ୍ଦ୍ର ଭାନୁ ସାହୁ, ପଣ୍ଡରୀକାକ୍ଷ ଗହୀର, ପ୍ରତିମା ସାହୁ,ସବିତା ଚୌଧୁରୀ, ଜଗତି ସାହୁ,ଅବନ୍ତି ସାହୁ,ସୂର୍ଯ୍ୟ କାନ୍ତି ସାହୁ ଉପସ୍ଥିତ ଥିଲେ।