-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2022
ଡୁଙ୍ଗୁରିପାଲି-(ଅରବିନ୍ଦ ମିଶ୍ର)ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ଡୁଙ୍ଗୁରିପାଲି ଏମଇ ସ୍କୁଲ ସମ୍ମୁଖରେ ୨୪ଗୋଟି ଦୋକାନ ଗୃହ ରହିଅଛି । ଉକ୍ତ ଦୋକାନକୁ ଏସ୍ସି/ଏସ୍ଟି ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ପାଇଥିବା ୨୪ଜଣଙ୍କ ମଧ୍ୟରୁ କେତେକ ନିଜେ ଦୋକାନ ନଖୋଲି ଅନ୍ୟମାନଙ୍କଠାରେ ଭଡା ଦେଇଥିବା ଚର୍ଚ୍ଚା ହେଉଛି । ଏଣୁ ଆଜି ଉଭୟ ସଂଘର କର୍ମକର୍ତ୍ତାମାନେ ଡୁଙ୍ଗୁରିପାଲି ବିଡିଓ, ବିଡଓଙ୍କ ମାଧ୍ୟମରେ ଜିଲ୍ଲାପାଳ ଓ ସ୍ଥାନୀୟ ସରପଂଚଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଯେଉଁମାନେ ଦୋକାନ ପାଇଛନ୍ତି ସେମାନ ଖୋଲିଛନ୍ତି କି ନାହିଁ ପ୍ରସାଶନ ପ୍ରକ୍ଷରୁ ତଦନ୍ତ କରାଯିବାକୁ ଦାବୀ କରାଯାଇଛି । ଯଦି ଅନ୍ୟ କେହି ଦୋକାନ ଖୋଲିଛନ୍ତି ତାହା ରଦ୍ଦ କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏବଂ ଅଳ୍ପ ଦାମରେ ଭଡା ପାଇଥିଲେ ମଧ୍ୟ ଅଧିକାଂଶ ଭଡା ଦେଉନାହାନ୍ତି । ଯାହାଫଳରେ ଠିକ୍ ସମୟରେ ଭଡା ଦେଉଥିବା ଦୋକାନୀର ଦୋକାନ ମରାମତି କରାଯାଉ ନାହିଁ । ଆଜିର ଦାବୀପତ୍ର ପ୍ରଦାନ ବେଳେ ବ୍ଲକ ଅନୁସୂଚୀତ ଜାତି କଲ୍ୟାଣ ସଂଘର ସଭାପତି ସୁରୁବାବୁ ନନ୍ଦ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗେନ୍ଦ୍ର ଭୋଇ, ବ୍ଲକ ସଭାପତି ଶ୍ୟାମସୁନ୍ଦର ଭୋଇ, ସଂପାଦକ ରତ୍ନାକର ସେଠ, ନିତାଇପାଲ, ବ୍ଲକ ଲକ୍ଷେଘର ଗଣ୍ଡାସମାଜର ସଭାପତି ଗରୀବ ବାଗ, ଲକ୍ଷ୍ମଣ ଭରାସାଗର ପ୍ରମୁଖ ଉପସ୍ଥିତ ଥିଲେ ।