-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2022
ବଲାଙ୍ଗୀର(ପ୍ରେରଣା ଖବର)ଆଜି ସ୍ଥାନୀୟ ଗାର୍ଡେନ ଇନ୍ ହୋଟେଲ ର ହଲ୍ ରେ ମାହେଶ୍ୱରୀ ସଂଗଠନର ବିଭିନ୍ନ ଯୁବ ସଭାପତି ଏବଂ ସଂଯୋଜକ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମାଜର ବିଭିନ୍ନ ସମସ୍ୟା କୁ ନେଇ ମତବ୍ୟକ୍ତ କରାଯାଇଥିଲା । ଆଗାମୀ ଦିନରେ ବଲାଙ୍ଗିର ର ବିଭିନ୍ନ ବ୍ଲକ ରେ ଯୁବ ସମାଜକୁ ନିଶା
ରୁ ମୁକ୍ତ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ତା ସହିତ ମାହେଶ୍ୱରୀ ସଂଗଠନ ଦ୍ୱାରା ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବ । ବୈଠକରେ ଆଲଗପୁର ମାହେଶ୍ୱରୀ ର ସଂଯୋଜକ ସନ୍ୟାସୀ ମେହେର, ପ୍ରକାଶ ମେହେର, ତରଭା ମାହେଶ୍ୱରୀ ର ସଭାପତି ପ୍ରଦୀପ ମେହେର, ସୋମ ମିଶ୍ର, ପାଟଣାଗଡ ମାହେଶ୍ୱରୀ ର ସଭାପତି ନିରୋଜ ପଟେଲ, ଉତ୍ତମ ମହାନନ୍ଦ, କୁଡାସିଂହା ମାହେଶ୍ୱରୀ ର ସଭାପତି ଲୋକନାଥ ପଧାନ, ମନୋଜ ଝାଙ୍କର ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ର ସୌମ୍ୟ ରଂଜନ ପଣ୍ଡା, ସୌମ୍ୟ ବେହେର ଉପସ୍ଥିତ ଥିଲେ । ମାହେଶ୍ୱରୀ ର ସଭାପତି ଶୋଭନ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।