-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2022
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)ସୁବର୍ଣ୍ଣପୁର ଜିଲ୍ଲା ସୁନାପାଲି ଗ୍ରାମରେ ପଛୁଆ ବର୍ଗରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାଧାର ଖମାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଉକ୍ତ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପଛୁଆ ବର୍ଗର ଲୋକେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ସଂରକ୍ଷଣ ଉପରେ ସରକାରଙ୍କ ପାତର ଅନ୍ତର ନିତୀକୁ ନିନ୍ଦା କରାଯାଇଥିଲ । ପଛୁଆ ବର୍ଗରେ ସମସ୍ତ ସଂଗଠନକୁ ମଜବୁତ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା । ମଣ୍ଡଳ କମିଶନରଙ୍କ ସମସ୍ତ ରିପୋର୍ଟର ସୁପାରିସକୁ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ସମ୍ବିଧାନର ଧାରା ୧୪,୧୫,୧୬, ୨୧,୨୯କୁ ସମ୍ମାନ ଦେବାକୁ ସଭାରେ ଆଲୋଚନା ହୋଇଥିଲା । ଜାତି ଭିତିକ ଜନଗଣନା ପାଇଁ ସରାକରକୁ ଦାବୀ କରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି ।