-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2022
ପୁଇଁତଳା, (ବିନୋଦ କୁମାର ଦୀପ) ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଳକ ଅନ୍ତର୍ଗତ ଗଇଁତଳା ଠାରେ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି ଉତ୍ସବରେ ବିଜେଡି ରାଜ୍ୟ ସମ୍ପାଦିକା ଶ୍ରୀମତୀ ରଞ୍ଜୁ ରାଏମନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ l ମଞ୍ଚରେ ମଞ୍ଚାସିନ ଥିଲେ ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ, ଗଇଁତଲା ସରପଞ୍ଚ ସୁଷମା ନାଏକ, ସମାଜସେବୀ ଦୀପ୍ତି ସାହୁ ଏବଂ ବିଜୟ l ଉପସ୍ଥିତ ସମସ୍ତ ଆୟୋଜକ କମିଟି ଯାହାକି ବିକ୍ରମ କୁମାର ବେହେରା, ରଘୁରାଜ ନାଏକ, ଜିତୁ ବିଶ୍ୱାଳ, ସୁଧୀର ନାଏକ, ରାଜକୁମାର ପତି ପ୍ରମୁଖଙ୍କୁ ସ ହୃଦୟ ସହ ଧନ୍ୟବାଦ ଦେଇଛନ୍ତି ଶ୍ରୀମତୀ ରଞ୍ଜୁ ରାଏମନ l ବିଜେଡିର ରୋହିତ ସାହୁ, ଖୁସିରାମ ହରପାଲ, ରାଜକିଶୋର ଜାଲ, କୁନାଲ ମୁନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l