-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥାନୀୟ ଚିନାଭାଡି ପଡିଆ ଠାରେ ଲଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ରବିବାର ପଞ୍ଚମ ଦିବସ ମ୍ୟାଚ ।ପଞ୍ଚମ ଦିନ ମ୍ୟାଚ ରେ କର୍ଲାମୁଣ୍ଡା ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜାମଖୁଣ୍ଟା ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୫/୦ ଗୋଲଦେଇ ବିଜୟୀ ହୋଇଥିଲେ।l ମ୍ୟାଚକୁ ସନ୍ଦୀପ ତରେଇ, ପିଣ୍ଟୁ ଚନ୍ଦନ,ରାଜେଶ କୁମାର ଓ ବିନୋଦ ହେର୍ନା ପରିଚାଳନା କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତୁଣ୍ଡଳା ସରପଞ୍ଚ ସରୋଜ ସେଠ,ସ୍ୱତନ୍ତ୍ର ଅତିଥି ଭାବେ କେସିଙ୍ଗା ବ୍ଲକ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଭୋଇ, ତୁଷାର ମେଡ଼ିକାଲ ଷ୍ଟୋର ମାଲିକ ତଥା ସମାଜସେବୀ ଅମୂଲ୍ୟ କୁମାର ଦାସ, ସାମ୍ବାଦିକ ପ୍ରଦୀପ କୁମାର ସାହୁ,ଆୟୋଜକ ଅନୁଷ୍ଠାନ ର ସଭାପତି ନନ୍ଦି କିଶୋର ଭୋଇ,ସମ୍ପାଦକ ଡୋଲାମଣୀ ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ତେବେ ସୋମବାର ଦିନ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଟି ଜାମଖୁଣ୍ଟା ଓ ପଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୂଚନା ମିଳିଛି lଅନ୍ୟ ମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ର ମ୍ୟାନେଜର ଦୁର୍ଲ୍ଲଭ ମେହେର, ଉପ ସଭାପତି ମୁକେଶ ସାହୁ, ଓ ନୀଳ ମାଧବ ଭୋଇ,ବିରେନ୍ଦ୍ର ସାହୁ,ବିରୁ ସାହୁ,ନମିତ ସୁନା,ମଣୀ ମେହେର,ସୌମ୍ୟ ବ୍ରତ ବଗର୍ତ୍ତି,ସିତୁ ସାହୁ, ଜିତ ସାହୁ,ରାଜା ସାହୁ, ଅଜିତ ସାହୁ, ଟୁନା ସାହୁ ,ବବୁଲୁ ସାହୁ,ତପନ ଛତ୍ରୀଆ ସହଯୋଗ କରିଥିବା ବେଳେ ଅଭିମନ୍ୟୁ ନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ l