-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
29-Oct-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବଡାଲି ସ୍ଥିତ ଖେଲପଡିଆ ନିକଟ ଏକ ଗଛରୁ ଜଣେ ନାବାଲାକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଉକ୍ତ ବଡାଲି ଗ୍ରାମର ଜଣେ ୧୨ ବର୍ଷୀୟ ନାବାଲକ ସପ୍ତମ ଶ୍ରେଣିରେ ପଢୁଥିଲେ । ସବୁଦିନ ଭଲି ଆଜି ସକାଲୁ ଟ୍ୟୁସନ ସାରି ଘରକୁ ଫେରିବା ପରେ ବ୍ୟାଗ ରଖିଦେଇ ଶୌଚ ପାଇଁ ପାଇଁ ଯାଉଛି କହି ଘରୁ ଚାଲିଯାଇଥିଲେ । ମାତ୍ର କିଛି ସମୟ ପରେ ନାବାଲକର ମୃତ ଦେହ ଖେଲପଡିଆ ନିକଟ ଏକଗଛରେ ଝୁଲନ୍ତା ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଲରେ ପହଂଚି ଶବକୁ ଜବତ କରିଥିଲା । ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପଂଚନାମା କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହି ଘଟଣା ପରିବାର ତଥା ଅଂଚଲବାସୀଙ୍କୁ ସ୍ତବ୍ଦ କରିଦେଇଛି । ତେବେ ନାବାଲକର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଲେ ପୁଲିସ ତଦନ୍ତ ଜାରି ରଖିଛି ।