-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
22-Oct-2022
ସୁବର୍ଣ୍ଣପୁର - ସ୍ଥାନୀୟ ମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଯାଇଛି ।
ପୂର୍ବାହ୍ନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସୋନପୂର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ଉଦଘାଟନ କରିଥିଲେ ।ଛାତ୍ର ଛାତ୍ରୀ ମାନେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ,ବତ୍କୃତା,ପ୍ରବନ୍ଧ ଲିଖନ,ସୃଜନାତ୍ମକ ଲିଖନ,ପେଣ୍ଟିଂ,କଳା ଓ ହସ୍ତକର୍ମ,କୁଇଜ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିବା ବେଳେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।ଅପରାହ୍ନ ରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଦ୍ୟନାଥ କର୍ଣ,ପୁର୍ବତନ ନଗରପାଳ ସୋନପୁର ପୌର ପରିଷଦ କଇରୁ ସ୍ବାଇଁ ଓ ନାଟ୍ୟ ନିର୍ଦ୍ଦେଶକ ମନୋଜ କୁମାର ବାରିକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ତତ୍ତ୍ଵାବଧାନ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୁଦ୍ଧଦେବ ସା ଏହି କାର୍ଯ୍ୟକ୍ରମ ସବୁ ପରିଚାଳନା କରିଥିବା ବେଳେ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ ସମୁହ ସହଯୋଗ କରିଥିଲେ ।