-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Oct-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ କ୍ଲଷ୍ଟର ରେ ଶନିବାର ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ରେଗଡା ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆୟୋଜିତ ଶିଶୁ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ସଂମାନିତ ଅତିଥି ଭାବେ ରେଗଡା ସରପଞ୍ଚ ଦିପ୍ତୀ ରାଣୀ ସାହୁ,ସିଆରସିସି ସଞ୍ଜୟ କୁମାର ଦାସ,ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗନ୍ଧର୍ବ ମାଝୀ ପ୍ରମୁଖ ଯୋଗ ଦେଇ କ୍ଲଷ୍ଟର ସ୍ତରରେ ଛାତ୍ରୀ ଛାତ୍ର ମାନଙ୍କ ପ୍ରତିଭା କୁ ଚିନ୍ହଟ କରି ,ବ୍ଲକ ,ଜିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚେଇବା ହେଉଛି, ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ ବୋଲି କହିଥିଲେ
ଅନ୍ୟ ମାନଙ୍କ ଶିକ୍ଷକ ଯୁଗଳ ନାଗ ସଂଯୋଜନା କରିଥିଲେ । ଏଥିରେ ୧୨ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିଲେ। ଠିକ ସେହିପରି ତେରେସିଙ୍ଗା କ୍ଲଷ୍ଟର ରେ ଆୟୋଜିତ ଶିଶୁ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀର , ସମ୍ମାନିତ ଅତିଥି ସିଆରସିସି ହେମନ୍ତ ନାଏକ ଯୋଗଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ଶିକ୍ଷକ ନୀଳମଣି ଗହୀର ସଂଯୋଜନା କରିଥିଲେ।ବ୍ଲକ ର ରେଙ୍ଗାଲି କ୍ଲଷ୍ଟର, ଜୋରାଡବରା କ୍ଲଷ୍ଟର ରେ ମଧ୍ୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।