-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
22-Oct-2022
ପୁଇଁତଳା, (ବିନୋଦ କୁମାର ଦୀପ) ପୁଇଁତଳା ବ୍ଲକ ଅନ୍ତର୍ଗତ ଆଠଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ-୨୨ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମଟି ଆଠଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ବୁଡ଼େକଙ୍କ ସଭାପତିତ୍ୱରେ ଏବଂ ଆଠଗାଁ ସିଆରସିସି ଶ୍ରୀଯୁକ୍ତ ଶୁକଲାଲ ମୁନାଙ୍କ ପ୍ରତିନିଧିତ୍ୱରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟଅତିଥି ଭାବେ ଆଠଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମାନ ଦିଲୀପ କୁମାର ଯୋଶୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ନିତେଇଚରଣ, ଶ୍ୟାମାରାଣୀ, ସନ୍ତୋଷିନୀ, ଜୋତ୍ସନା, ରୋହିତାସ୍ବ, ସନାତନ, ପଦ୍ମିନୀ, ଧର୍ମେନ୍ଦ୍ର, ବୃନ୍ଦାବନ, ଲକ୍ଷ୍ମୀରାଣୀ, ସରୋଜିନୀ, ଶାନ୍ତିଲତା, ଶାଳିନୀ, ରିତା, ଗୋଲାପୀ, ସସ୍ମିତା, ଦୟାସାଗର, ଅନଙ୍ଗ, ସୁଷମା, କହେଁଇ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ
ଦେଇଥିଲେ l ଏହାସହ ମା ମହିମା ଆଠଗାଁ ଏସଏଚଜି ସହଯୋଗ କରିଥିଲେ l ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l ଏହାପରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ସେହିପରି ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଠଗାଁ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଥମ ପୁରସ୍କାରର ସ୍ଥାନ ଅକ୍ତିଆର କରିଥିଲେ l