-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Oct-2022
ମୁରିବ।ହାଲ/ ମୁରିବlହାଲ ବ୍ଲକ୍ ଅନ୍ତର୍ଗତ ମୁରିବ।ହାଲ ସଦର ପଞ୍ଚାୟତ ର ବନବହାଲ୍ ଗ୍ରାମକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀ ନେଇ ବନବାହାଲ ଗ୍ରାମବାସୀ ମୁରିବ।ହାଲ ବି ଡି ଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀ ପତ୍ର ମୁତାବକ ଆଜିକୁ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ବନବlହାଲ ଗ୍ରାମକୁ ଏକ ସ୍ଥାୟୀ ରାସ୍ତା ଟିଏ ନ ଥିବା ରୁ ଖାଲ୍ ଖମା ରେ ଥିବା ରାସ୍ତା ରେ ଦୈନଦିନ ମୁରିବ।ହାଳ କୁ ଅନେକ ଲୋକ ବିଭିନ୍ନ କାମରେ ଯିବା ଆସିବା କରିବା ସହିତ ଅନେକ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତାକୁ ନିର୍ଭର କରିଥାନ୍ତି
ପ୍ରାୟ ୨୦ ରୁ ୨୫ ଖଣ୍ଡ ଗ୍ରାମର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରି ଥାନ୍ତି। ଏହି ରାସ୍ତା ର ନିର୍ମାଣ ପାଇଁଁ ବହୁ ଉଚ୍ଚ ପଦତ୍ସ୍ତ ଅଧିକାରୀ ଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ନେଇ ଗ୍ରାମ ବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।ବନ ବ।ହାଲ ଗ୍ରାମ କୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀ ନେଇ ଗ୍ରାମ ବାସୀ ତରଫରୁ ମୁରିବ। ହାଳ ବି ଡି ଓ ପୂର୍ଣାନନ୍ଦ ପଟେଲ ନକୂ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦାବୀ ପତ୍ର ପ୍ରଦାନ ବେଳେ ଗ୍ରାମର ଭରତ ଦାସ, ସୁରେଶ୍ ଧାରୁଆ, ଗୁପ୍ତେଶ୍ୱର କୁଅଁର, ଲକ୍ଷ୍ମୀ ଧରୁଆ ପ୍ରମୁଖ ସାମିଲ ଥିଲେ।