-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
21-Oct-2022
ବରଗଡ:-ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ସ୍ଥିତ ଜାରିଂ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ସୁରଭି ଶିଶୁ ପ୍ରତିଭା ମହୋତ୍ସବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜେଶ୍ୱର ବେହାରା ଙ୍କ ସଭାପତିତ୍ୱରେ ମହା ସମାରୋହ ରେ ପାଳିତ ହୋଇ ଯାଇଛି ।ଏ ଅବସରରେ ମୁଖ୍ୟ ଅତିଥି ବିଜେପୁର ବ୍ଳକ ର ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ,ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଗୋଷ୍ଠି ଶିକ୍ଷାଧିକାରୀ (ବିନିକା)ଘନଶ୍ୟାମ ସାହୁ,ଜାରିଂ ଉଚ୍ଚ
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବରୁଣ କୁମାର ଭୋଇ,ଜାରିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ,ବୁଡାପାଲି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଯଶୋବନ୍ତ ମେହେର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ସୁରଭି କାର୍ଯ୍ୟକ୍ରମ ସମ୍ପର୍କ ରେ ବିଷଦ ଆଲୋଚନା କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସର୍ବଶ୍ରୀ:-ପ୍ରେମରାଜ ରଣା,ମଧୁସୂଦନ ଭୋଇ,ବାହାଦୂର ପଧାନ,ବିରେନ୍ଦ୍ର ପଧାନ,ରୋମାଞ୍ଚଳ ମହାନନ୍ଦ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେବା ସହ ଶିକ୍ଷୟିତ୍ରୀ ମିନାକ୍ଷୀରାଣୀ ରାଉତ,ନିର୍ମଳା ସାହୁ,କମଳିନୀ ସାହୁ,ଗିତାଞ୍ଜଳୀ ସାହୁ,ମନ୍ଦାକିନୀ ପଧାନ,ସଙ୍ଘମିତ୍ରା ମାହାଣା ସମ୍ପୁର୍ଣ୍ଣ ରୂପେ ସହଯୋଗ କରିଥିଲେ ।ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ରେ ସହଯୋଗ କରିଥିଲେ ସ୍କୁଲ ଚେୟାରମେନ ମନୋଜ କୁମାର ସାହୁ ।