-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Oct-2022
ତୁଷୁରା(ପଞ୍ଚାନନ ନାଏକ):ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ନୂଆଁପଡା ଗ୍ରାମରେ ସ୍ଥାନୀୟ ସମଲେଶ୍ବରୀ ଦୁଗ୍ଧ ସମବାୟ ଲିମିଟେଡ ପକ୍ଷରୁ ଗାଈଗୋରୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଓମ ଫେଡର ପ୍ଳାଣ୍ଟ ଇନର୍ଚାଜ ଲିଙ୍ଗଜ ବଗାର, ସୁପରଭାଇଜର ଦୟାନନ୍ଦ ପ୍ରଧାନ, ଏମଭିଓ ଇନର୍ଚାଜ ଶୁଭମ ପ୍ରଧାନଙ୍କର ଉପସ୍ଥିତରେ ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଡା ଦୀପ୍ତିମୟୀ ବଢିଆ ଓ ଅତିରିକ୍ତ ବ୍ଳକ ଚିକିତ୍ସାଧିକାରୀ ଡା ଦୀପ ପ୍ରତିକ ଗାଈଗୋରୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଉପଯୁକ୍ତ ଔଷଧ ପ୍ରଦାନ କରିଥିଲେ। ୭୫ଟି ଗାଈଗୋରୁଙ୍କ ଚିକିତ୍ସା କରାଯାଇଥିବା ସମିତିର ସଂପାଦକ ପଞ୍ଚାନନ ନାଏକ ପ୍ରକାଶ କରିଥିବା ବେଳେ ସମିତିର ଅଧ୍ୟକ୍ଷ କିରଣ ସାହୁ ଶିବିର ପରିଚାଳନ କରିଥିଲେ।