-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Oct-2022
ଖପ୍ରାଖୋଲ (ପୂର୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳ ର ଲୋକ ନିଜର ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସରକାର ଦାଦନ ଶ୍ରମିକ ନଯିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ପରାମର୍ଶ ଦେଉଥିବା ବେଳେ ଏଠି ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଠିକ୍ ଭାବେ
ଲୋକ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ଫାଇଦା ପାଇ ପାରିନଥିଲେ।ସେଥିପାଇଁ ଲୋକେ ଦାଦନ ଯିବାକୁ ବାଧ୍ୟ ହେଉଥିଲେ ଏବଂ ଅନେକ ନିର୍ଯାତନା ର ଶିକାର ହେଉଛନ୍ତି। ସୂଚନା ଅନୁସାରେ ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ର କିଛି ଗ୍ରାମକୁ ଦୀର୍ଘ ତିନି ବର୍ଷ ହେଲା ଏମ୍ ଜି ଏନ୍ ଆର୍ ଜି ଏ କାମ ହେଉନଥିବାରୁ ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ।କିନ୍ତୁ ଚଳିତ ବର୍ଷ ଭାନପୁର ପଞ୍ଚାୟତ ରେ ରୀନା ଜାଲ ସରପଞ୍ଚ ଆସନରେ ବସିବା ପରେ କିଛି ଉନ୍ନତି ପଥକୁ ଅଗ୍ରସର ହେଉଛି। ଦୀର୍ଘ ତିନି ବର୍ଷ ଧରି ଭାନପୁର ପଞ୍ଚାୟତ ହନୁପାଲି,ଚାବ୍ରିପାଲି,ଠୁଟିଭଟା,ବୁରୋମାଲ ରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କୌଣସି କାମ
ହେଉନଥିବାରୁ ଲୋକ ଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ସରପଞ୍ଚ ରୀନା ଜାଲ ଅଞ୍ଚଳର ଶ୍ରମିକ ମାନଙ୍କୁ ବୁଝାଇ ଆଜି ଏମ୍ ଜି ଏନ୍ ଆର୍ ଜି ଏ କାମ ର ଶୁଭାରମ୍ଭ କରିଛନ୍ତି। ଆଜି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ସମସ୍ତ ଓ୍ବାର୍ଡ ମେମ୍ବର, ଗାଁ ସାଥି ଓ ଜି, ଆର୍, ଏସ୍ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଛନ୍ତି। ଏଣୁ ଏଣିକି ଅଞ୍ଚଳରେ ଏମ୍ ଜି ଏନ୍ ଆର୍ ଜି ଏ କାମ ଆଗକୁ ଅଗ୍ରଗତି ହୋଇ ବ୍ଳକ ରେ ଭାନପୁର ପଞ୍ଚାୟତ ର ନାଁ ରହିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।