-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
21-Oct-2022
ବଲାଙ୍ଗୀର/ଆଉଟସୋର୍ସିଂ ସିଷ୍ଟମ୍ କୁ ଉଚ୍ଛେଦ କରିବା, ସମାନ କାମକୁ ସମାନ ଦରମା ତଥା ସ୍ଥାୟୀ ଚାକିରୀ ପ୍ରଦାନ ଦାବିରେ ଆଜି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଆଉଟସୋର୍ସିଂ କର୍ମଚାରୀ ମାନେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇଥିବା ବେଳେ ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପ୍ରତି କାହିଁକି ପାତରଅନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି କର୍ମଚାରୀ ମାନେ ପ୍ରଶ୍ନ କରିଛନ୍ତି । ଆଗାମୀ ଦିନରେ ନିଜ ଦାବି ପୂରଣ ନହେଲେ ଆଉଟସୋର୍ସିଂ କର୍ମଚାରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାର ସମସ୍ତ ପିଏଚ୍ସି ଓ ସିଏଚ୍ସିର କର୍ମଚାରୀ ମାନେ ଯୋଗ ଦେଇ ନିଜ ନ୍ୟାର୍ଯ୍ୟ ଦାବି ସଂପର୍କରେ ଜିଲ୍ଲାପ୍ରଶାସନକୁ ଅବଗତ କରାଇଥିଲେ ।