-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Oct-2022
ସୋନପୁର(ମନୋରଞ୍ଜନ ତ୍ରିପାଠୀ) ସୋନପୁର ବ୍ଲକ ଅନ୍ତର୍ଗତ ଲଛୀପୁର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ନେଇ ରେଡ଼କ୍ରସ ତରଫରୁ ବୁଧୁବାର ଏକ ପ୍ରବେଶ ତଥା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଯୁବ ରେଡକ୍ରସ କାଉନସେଲର ଆର୍ତତ୍ରାଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ଯୋଗ ଦେଇଥିଲେ l ସେଭଳି ଅଧ୍ୟାପକ ରମାକାନ୍ତ କର,
ଅଧ୍ୟାପକ ଦିଲ୍ଲୀପ ରଞ୍ଜନ ମିଶ୍ର, ଅଧ୍ୟାପକ ଦିଲୀପ ରଞ୍ଜନ ସାହୁ, ଅଧ୍ୟାପିକା କଲ୍ୟାଣୀ ମିଶ୍ର, ଅଧ୍ୟାପକ ଜଗନ୍ନାଥ ସାହୁ ଏବଂ ଶମ୍ଭୁପ୍ରସାଦ ପଧାନ ପ୍ରମୁଖ ସମ୍ମନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଏହିକାର୍ଯ୍ୟକ୍ରମରେ ମା ଉମାଦେବୀ ଆଞ୍ଚଳିକ କଲେଜ ର ଆ ଇ ଟି ଅଧ୍ୟାପକ ତଥା ଯୁବ ରେଡ଼କ୍ରସ
କାଉନସେଲର ଉଦ୍ଧବ ପଧାନ ଯୋଗାଦେଇ ଯୁବ ରେଡ଼କ୍ରସ ର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ କହିବା ସହ ପ୍ରାଥମିକ ସହାୟତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଏବଂ ଆଜିର ଆଧୁନିକ ଯୁଗ ରେ ଅନ୍ଧବିଶ୍ୱାସ ନ କରିବା ପାଇଁ ମ୍ୟାଜିକ ଦେଖାଇ ଉତ୍ସlହିତ କରିଥିଲେ l ସଭା କୁ ଅଧ୍ୟାପିକା ପିଙ୍କି ପ୍ରିୟଦର୍ଶିନୀ ଦାସ ସଂଯୋଜନା କରିଥିବା ବେଳେ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l