-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Oct-2022
ବିନିକା(ହିମାଂଶୁ ଶେଖର ପୁଟେଲ) ରାଜ୍ୟ ନବୀନ ସରକାରଙ୍କ ଲୋକପ୍ରିୟତା,ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ବିନିକା ବ୍ଳକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଚାଲିଥିବା ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଜେଡ଼ି ଦଳର ନୀତି ଆଦର୍ଶରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ନେଇ ଚଳିତ ମାସ ୨୨ତାରିଖ ଶୁକ୍ରବାର ଦିନ ବିଜେଡ଼ିର ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ଅନୁଷ୍ଠିତ ହେବବୋଲି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ତଥା ବିନିକା ବ୍ଳକ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ସୂଚନା ଦେଇଛନ୍ତି । ଏଥିପାଇଁ ଅନୁଷ୍ଟିତ ବୈଠକରେ ବିଜୁ ପରିବାର ସଦସ୍ୟ ଯୋଗଦେଇ ପଦଯାତ୍ରା ସଫଳ ନେଇ ଆଲୋଚନା କରିଥିଲେ ।ଏହି ପଦଯାତ୍ରା ବ୍ଳକ ଅନ୍ତର୍ଗତ ବିଶାଳପାଲି ମହାଦେବ ମନ୍ଦିର ଠାରୁ ବାହାରି ଚେରୁପାଲି,ବଲାରଙ୍ଗା,ସର୍ଗୁଣା, ଜାମପାଲି ପରିକ୍ରମା କରି ଲୋକଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଛି ।