-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
19-Oct-2022
ବୀରମହାରାଜପୁର( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଂଚାୟତ ର ନିରାଶ୍ରୟ ଅସହାୟ ବୃଦ୍ଧା ଖତ ସାହୁ କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ଅନୁଷ୍ଟାନ । ଆଜି ଇଣ୍ଡିଆ କେୟାର ମାଧ୍ୟମରେ ପ୍ରୋମାଇଜ ବ୍ୟାଙ୍କ ଓ ଓଡିଶା ପୁଳିସ ତରଫରୁ ଆଜି ବିଭିନ୍ନ ଦୈନିକ ଗ୍ରୋସରି ସାମାନ , କମଳ, ଜୋତା, ବାସନକୁସନ ସହିତ ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଜି ଖତ ସାହୁ କୁ ସହାୟତା ଦେବା ପାଇ୍ଁ ବୀରମହାରାଜପୁୁର ଥାନା ଅଧିକାରୀ ପଦ୍ମାସିନ ମେହେର ଙ୍କ ନେତୃତ୍ବରେ ଏସ ଆଇ ପ୍ରମିଳା ମଜୁର, ଏ ଏସ ଆଇ ବୁଡୁ ସାହୁ ପ୍ରମୁଖ ଖତ ସାହୁ ଷଣ୍ଢl ଗାଁ ରେ ଆଶ୍ରୟରେ ଥିବା ଘରକୁ ଯାଇ ସହାୟତା ପ୍ରଦାନ କରିଥିଲେ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଅନେକ ସଂସ୍ଥା ସହୟତା ପାଇଁ ହାତ ବଢେଇ ଥିବା ଦେଖିବାକୁ ମିଲିଛି । ଖତ ସାହୁ ଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳି ନଥିବାବେଳେ,ତାଙ୍କ ସମ୍ପର୍କିୟ ଝିଆରି ଦୈନିକ ମଜୁରିଆ ଭାବେ ନିଜେ ଚଳୁଥିବା ବେଳେ ସେ ବୃଦ୍ଧା ଖତ କୁ ବିଭିନ୍ନ ସମୟରେ ସହାୟତା କରିବାକୁ ସାଧ୍ୟ ମୁତାବକ ସହଯୋଗ କରିଥାଏ ବୋଲି ଜଣାଯାଇଛି ।ଇଣ୍ଡିଆ କେୟାର ହେଲ୍ପ ସଂସ୍ଥା ଓ ପୋଲିସ ଏହି କାର୍ଯ୍ୟ କୁ ବିଭିନ୍ନ ମହଲ ରୁ ସ୍ୱାଗତ କରାଯାଇଛି l