-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
ବୀରମହାରାଜପୁର ,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତରେ ନୂତନ ପିଇଓ ଭାବେ ଦୁର୍ଗା ପ୍ରସାଦ ମେହେର କାର୍ଯ୍ୟ ରେ ଯୋଗଦେଇଛନ୍ତି।ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ନିରୂପମା ବଗର୍ତ୍ତଙ୍କ ସଭାପତିତ୍ବରେ
ଅନୁଷ୍ଠିତ ସଭାରେ ନୂତନ ଭାବେ କାର୍ଯ୍ୟ ରେ ଯୋଗଦେଇଥିବା ଅଧିକାରୀଙ୍କୁ ପୁଷ୍କଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ପୂର୍ବତନ ପିଇଓ ସୀତାରାମ ତ୍ରୀପାଠୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ବାଗବର ସେବା ସମବାୟ ସମିତି ସଭାପତି ବିପିନ ପଣ୍ଡା, ଜି ଆର ଏସ ହିମାଂଶୁ ଶେଖର ଖମାରୀ ଓ ପଞ୍ଚାୟତ ସମସ୍ତ ୱାର୍ଡ ସଭ୍ୟ ଯୋଗଦେଇ ଥିଲେ।